କଳାହାଣ୍ଡି, ୨୨/୦୩
କଳାହାଣ୍ଡି ସୀମା ଜାତୀୟ ରାଜପଥ ୨୬ ଆମପାଣି ଘାଟି ମୈଦଲପୁର ଥାନା ଅଧୀନ ତୁଳସୀ ପଦର ନିକଟ ବୁଲାଣି ରେ ଆଜି ସନ୍ଧ୍ୟା ୫ଟା ବେଳେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ବ୍ୟକ୍ତି ଗୁରୁତର ହୋଇଛି l ଆହତ ଙ୍କୁ ମୈଦଲପୁର ପୋଲିସ ଓ କୋକସରା ଅଗ୍ନିଶମ ବିଭାଗ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ପଠାଇଛନ୍ତି l ଆହତ ଜଣକ ହେଉଛନ୍ତି ଭବାନୀପାଟଣା ର ସୁରେଶ ସ୍ୱାଇଁ l ଆହତ ସୁରେଶ ଓ ତାଙ୍କ ର ଜଣେ ସାଙ୍ଗ ଭବାନୀପାଟଣା ରୁ ଟେଲିକମ କାମ ରେ ନବରଙ୍ଗପୁର ଯାଇଥିଲେ l ସେଠାରୁ କାର (OD 05 AL 6289)କାମ ସାରି ଫେରିବା ବେଳେ ଅପର ପାର୍ଶ୍ଵ ରୁ କୋଇଲା ବୁଝେଇ ଟ୍ରକ (TS 06 UC 6571)ତାଳଚେର ରୁ ତେଲେଙ୍ଗାନା ଅଭିମୁଖେ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା l ଆହତ ଙ୍କୁ ଉଦ୍ଧାର କରି ୧୦୮ ଯୋଗେ ପାପଡାହାଣ୍ଡି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ମୈଦଲପୁର ପୋଲିସ ଉଭୟ ଗାଡ଼ି କୁ ଜବତ କରିଛି l
ଆମପାଣି ଘାଟି ରେ କାର ଓ ଟ୍ରକ ମଧ୍ୟରେ ଧକ୍କା, ଜଣେ ଗୁରୁତର।
