Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିୟାଣାରେ ବିସ୍ଫୋରଣ; ନିଆଁ ଲାଗିବାରୁ ୪ ମୃତ, ଜଣେ ଗୁରୁତର

ରୋହତକ: ହରିୟାଣାର ବାହାଦୁରଗଡ଼ ଜିଲ୍ଲାର ସେକ୍ଟର ୯ରେ ଏକ ଘରେ ଦୁଇଟି ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ହେବାରୁ ଚାରି ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପିଲା, ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଏହି ପରିବାର ଏହି ଘରେ ଭଡ଼ା ନେଇ ରହୁଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟାରେ ହଠାତ୍ ଘରେ ଦୁଇଟି ଜୋରଦାର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିଲା। ଏପରିକି ଚାରିଆଡ଼େ ଧୂଆଁ ବ୍ୟାପିଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘରର ମୁଖ୍ୟ ଫାଟକ ଭିତରୁ ବନ୍ଦ ଥିଲା। କାନ୍ଥରେ କଣ୍ଟା ତାର ଥିବାରୁ ଉଦ୍ଧାରରେ ବହୁତ ଅସୁବିଧା ହୋଇଥିଲା।

ଘରର ସମସ୍ତ କୋଠରୀର ଦ୍ୱାର ମଧ୍ୟ ବନ୍ଦ ଥିଲା, ଯାହା ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ପ୍ରଶାସନ ଏବଂ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଥିଲା କିନ୍ତୁ ପରେ ଏୟାର କଣ୍ଡିସନର କମ୍ପ୍ରେସର ଫାଟିବାରୁ ଏଭଳି ବିସ୍ଫୋରଣ ଘଟିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ତଥାପି, ବିସ୍ଫୋରଣ ପଛର ପ୍ରକୃତ କାରଣ ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।

More Stories