Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ହାତୀଙ୍କ ଚଲାପଥ

ସମ୍ବଲପୁର:୫୬ ନମ୍ବର ଜାତୀୟ ରାଜପଥ ହାତୀଙ୍କ ଚଲାପଥ। ବର୍ଷ ବର୍ଷ ଧରି ସାଇନବୋର୍ଡ ବି ଲାଗିଛି। କିନ୍ତୁ ବନ ବିଭାଗର ଭୁଲ ରିପୋର୍ଟ ଯୋଗୁଁ ୪ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ହାତୀଙ୍କ ସୁରକ୍ଷା ପାଇଁ ସମସ୍ତେ ଭୁଲି ଯିବାରୁ ହାତୀ ମଣିଷ ଲଢେଇ ଏବେ ପଡିଆବାହାଲ ରେଞ୍ଚରେ ନିତିଦିନିଆ ଘଟଣା ହୋଇଛି।
ଯାହା ଗତ ରାତିର ଘଟଣା ଏହାକୁ ଅଧିକ ଉଜ୍ଜୀବିତ କରିଛି।ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଗତିବିଧି ତଥା ପ୍ରାଦୁର୍ଭାବ ଗତରାତି ତମାମ ଦେଖିବାକୁ ମିଳିଥିଲା। ତେବେ ବନବିଭାଗ କର୍ମଚାରୀ ମାନେ ସଜାଗ ହୋଇ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ କୋୖଣସି ଅଘଟଣ ନହେବ ସେନେଇ ତତ୍ପର ହୋଇ କାର୍ଯ୍ୟ କରୁଥିବା ସୁଚନା ମିଳିଛି। ଗତ ରାତିରେ ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ପଡିଆବାହାଲ ବନ ବିଭାଗ ରେଞ୍ଚ ଅଧୀନରେ ଥିବା ବାହାମ, ମାଲିମୁଣ୍ଡା, ଖଲିଆପାଲି, ବାରିବନ୍ଧ, ବଡ଼ସାହିର, ଲଦଲଦି, ଛାମୁଣ୍ଡା , ଗିରିପାଲି ଠାରେ ବଣୁଆ ହାତୀଙ୍କ ଗତିବିଧି ତଥା ପ୍ରାଦୁର୍ଭାବ ଗତରାତି ତମାମ ଦେଖିବାକୁ ମିଳିଥିଲା। ତେବେ ସବୁଠୁ ବଡ଼ କଥା ହେଲାଯେ ଆଜି ଭୋର ସକାଳ ୫ ଟା ୩୦ମିନିଟ ସମୟରେ ଯୁଯୋମୁରା ବ୍ଲକ୍ ଜାତୀୟ ରାଜପଥ ରାସ୍ତା ପାରି ହୋଇ ମାଲିମୁଣ୍ଡା ରୁ ବାହାମ ପଟକୁ ବଣୁଆ ହାତୀ ଅତିକ୍ରମ କରି ଜଙ୍ଗଲ ପଟକୁ ଯାଇଥିବା ନେଇ ସୁଚନା ମିଳିଛି।
ଏହି ହାତୀ ପ୍ରାଦୁର୍ଭାବ ଯୋଗୁଁ ଦିନକୁଦିନ ଜନ ଜୀବନ ବିପନ୍ନ ହେବା ସହ ବ୍ୟାପକ ଫସଲ ନଷ୍ଟ ହେଉଛି। ଏପରିକି ହାତୀ ମଣିଷ ଲଢେଇରେ ହାତୀ ସହ ମଣିଷ ମୃତ୍ୟୁ ହାର ଦିନକୁ ଦିନ ବଢୁଥିଲେବି କମିବାର ନାଁ ଧରୁନି। ତେଣୁ ନୀଳଡୁଙ୍ଗରି ଟୋଲପ୍ଳାଜା ଠାରୁ ବାରିବନ୍ଧ ଜାତୀୟ ରାଜପଥ ମଧ୍ୟରେ ଏକ ହାତୀ ଚଲାପଥ ପାଇଁ ବାଇପାସ ରୋଡ଼ କରିବାକୁ ସାଧାରଣରେ ଗୁରୁତ୍ୱ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ