Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଙ୍ଗ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା କଲା ପ୍ରେମିକ !

ସାଙ୍ଗ ସହ ମିଶି ପ୍ରେମିକାଙ୍କୁ ଦୁଷ୍କର୍ମ କଲା ପ୍ରେମିକ। ତା’ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା। ଏଭଳି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲାରୁ। ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଫିସରି ପଏଣ୍ଟ ଜଙ୍ଗଲ ମଧ୍ୟରୁ ରବିବାର ଉକ୍ତ ନାବାଳିକା ପ୍ରେମିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଜବତ କରିଛି ପୁଲିସ।

ନାବାଳିକା ଜଣକ ଗତ ୨୦ ତାରିଖରୁ ନିଜ ଘରୁ ଫେରାର ହୋଇଯାଇଥିଲେ। ଏହାପରେ ସେହିଦିନ ପରିବାର ଲୋକେ ଏ ନେଇ ବରଗଡ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପରେ ନାବାଳିକା ଜଣକ ତାଙ୍କ ପ୍ରେମିକଙ୍କ ସହିତ ଫେରାର ଥିବା କୌଣସି ମତେ ସୂଚନା ପାଇଥିଲା। ଏହା ପରେ ପ୍ରେମିକକୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା। ଏହାପରେ ନାବାଳିକାକୁ କେଉଁଠି ରଖିଛ ବୋଲି ପଚରାଉଚରା କରିବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗିଦିଆଯାଇଥିବା ପୁଲିସ ଆଗରେ ମାନିଥିଲା। ରବିବାର ବରଗଡରୁ ପୁଲିସ ଟିମ୍ ନାବାଳିକାର ପ୍ରେମିକକୁ ଧରି ନାବାଳିକାକୁ ଫିଙ୍ଗିଥିବା ସ୍ଥାନକୁ ଅଣିଥିଲା। ନାବାଳିକାଙ୍କ ପ୍ରେମିକ ଏବଂ ତାଙ୍କ ସାଙ୍ଗ ମିଶି ତାଙ୍କୁ ହୀରାକୁଦ ଜଳଭଣ୍ଡାର ନିକଟ ଜଙ୍ଗଳକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ତେବେ ଖୁବ୍‌ଶୀଘ୍ର ଘଟଣାର ଅନ୍ୟତମ ଅଭିଯୁକ୍ତକୁ ମଧ୍ୟ ଗିରିଫ କରାଯିବ ବୋଲି ବରଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ