Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPLରୁ ଅବସର ନେଇ ମୁହଁ ଖୋଲିଲେ ଧୋନୀ…

ନୂଆଦିଲ୍ଲୀ: IPLରୁ ଅବସର ନେବା ସମ୍ପର୍କରେ ମହେନ୍ଦ୍ର ସିଂ ଧୋନୀ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଧୋନି କହିଛନ୍ତି ଯେ ସେ ଯେତେଦିନ ଚାହିଁବେ ସେତେଦିନ CSK ପାଇଁ ଖେଳିପାରିବେ। ଯଦିବି ସେ ଆହତ କିମ୍ବା ହ୍ୱିଲଚେୟାରରେ ଥିବେ, ତଥାପି CSK ତାଙ୍କୁ ଆଉ ଏକ ସିଜନ ଖେଳିବାକୁ ରାଜି କରାଇନେବ।

ଧୋନି କହିଥିଲେ ଯେ ଏହା ମୋର ଫ୍ରାଞ୍ଚାଇଜ୍। ମୁଁ ହ୍ୱିଲଚେୟାରରେ ଥିଲେ ମଧ୍ୟ, ସେମାନେ ମୋତେ ପଡ଼ିଆକୁ ଟାଣି ନେଇଯିବେ।ଧୋନି ୨୦୨୩ ଆଇପିଏଲ ସମୟରେ ଆଣ୍ଠୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହି ସିଜିନ୍ ଶେଷରେ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା। ଏହା ପରେ ସେ ବର୍ଷ ସାରା ବିଶ୍ରାମ ନେଇଥିଲେ। IPLର 17ତମ ସିଜିନରେ ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଥିଲେ। ୨୦୨୪ ଆଇପିଏଲରେ ଧୋନି ଅଧିନାୟକ ପଦ ଛାଡି ଅଷ୍ଟମ ନମ୍ବରରେ ବ୍ୟାଟିଂ ଆରମ୍ଭ କରିଥିଲେ। ଏପରିକି ସେ ୬୩ ବଲ୍‌ରେ ୨୨୦ ଷ୍ଟ୍ରାଇକ୍ ରେଟ୍‌ରେ ୧୬୧ ରନ୍ କରିଥିଲେ।

ଅପରପକ୍ଷରେ ଆଇପିଏଲରେ ଚେନ୍ନାଇ ପାଇଁ ସର୍ବାଧିକ ରନ୍ ସ୍କୋରର ହେବା ପାଇଁ ଏମଏସ ଧୋନି ମାତ୍ର ୧୯ ରନ ଦୂରରେ ଅଛନ୍ତି। ବର୍ତ୍ତମାନ, ସୁରେଶ ରାଇନା ୪୬୮୭ ରନ ସହିତ ଆଗରେ ଅଛନ୍ତି। ଏହା ବ୍ୟତୀତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା IPLରେ CSK ପାଇଁ ସର୍ବାଧିକ ୱିକେଟ୍ ନେବାରୁ ମାତ୍ର ଆଠ ୱିକେଟ୍ ଦୂରରେ ଅଛନ୍ତି। ବର୍ତ୍ତମାନ ଡୱେନ୍ ବ୍ରାଭୋ ପାଞ୍ଚ ଥରର ଚାମ୍ପିଅନ୍ ଦଳ ପାଇଁ ୧୪୦ଟି ୱିକେଟ୍ ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ