ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ବାଘମାରି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟ କ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ସୋମନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷାବିତ ମାର୍କଣ୍ଡେଶ୍ୱର ମିଶ୍ର ଯୋଗେ ଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର , ସମ୍ମାନିତ ଅତିଥି ଭାବେ ସିଆର୍ସିସି ନାରାୟଣ ବେହେରା , ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତି , ମଞ୍ଜୁ ଗେଜ ପ୍ରମୁଖ ଯୋଗଦାନ କରିଥିଲେ । ସୌଦାମିନି ପାଉଲେ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ସୋମନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରା ଯାଇଥିଲା । ଶେଷରେ ନୃତ୍ୟ ଗୁରୁ ରାକେଶ ପ୍ରଧାନଙ୍କ ନିର୍ଦ୍ଦେଶନାରେ
ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଙ୍ଗନୱାଡି କର୍ମି ସୁର୍ଯ୍ୟ କାନ୍ତି ପ୍ରଧାନଙ୍କ ସମେତ ଗ୍ରାମ ବାସୀ ସହଯୋଗ କରିଥିଲେ ।
ବାଘମାରି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ
