Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ଧବିଶ୍ୱାସରେ କବଳିତ ଓଡ଼ିଶା: ୫ ବର୍ଷରେ ୪୦୮ ଗୁଣିଗାରେଡ଼ି ମାମଲା

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗୁଣିଗାରେଡ଼ି ନେଇ ହତ୍ୟା, ସାମାଜିକ ବାସନ୍ଦ ଭଳି ଘଟଣା ପଦାକୁ ଆସୁଛି। ଉପାନ୍ତରୁ ଉପକୂଳ ଜିଲ୍ଲାଗୁଡ଼ିକରେ ଅନ୍ଧବିଶ୍ୱାସକୁ କେନ୍ଦ୍ରକରି ଜଘନ୍ୟ ହତ୍ୟା ଭଳି ଘଟଣା ଘଟୁଛି।

ଗତ ୫ ବର୍ଷରେ ରାଜ୍ୟରେ ୪୦୮ଜଣ ଗୁଣିଗାରେଡ଼ି ମାମଲାରେ ୩୯୫ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଗୁଣିଗାରେଡ଼ିର ହଟସ୍ପଟ୍‌ କୁହାଯାଉଛି। ରାଜ୍ୟରେ ଯେତିକି ବି ମାମଲା ବା ଗିରଫଦାରୀ ହୋଇଛି, ସେଥିରୁ ଏକ-ତୃତୀୟାଂଶ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଗୁଣିଗାରେଡ଼ି ମାମଲା ରୁଜୁ କରାଯାଉଛି। ମୟୂରଭଞ୍ଜ ସମେତ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ନବରଙ୍ଗପୁର, ରାୟଗଡା, କେନ୍ଦୁଝର, ରାଉରକଲା, ସମ୍ବଲପୁର, ନୟାଗଡ଼, ବରଗଡ, ଗଜପତି, ବ୍ରହ୍ମପୁର, ଝାରସୁଗଡା ଭଳି ଜିଲ୍ଲାରେ ଗୁଣିଗାରେଡ଼ି ମାମଲା ବୃଦ୍ଧି ହେଉଛି। ଗୁଣିଗାରେଡ଼ି ରୋକିବାକୁ ବ୍ୟାପକ ସଚେତନତା ସତ୍ତ୍ବେ ବି ଅଙ୍କୁଶ ଲାଗୁନି। ଗୁଣିଗାରେଡ଼ି ସାମାଜିକ ବ୍ୟାଧି ତଥା ଅନ୍ଧବିଶ୍ୱାସ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଅଶାନ୍ତର ବାର୍ତ୍ତାବରଣ ଓ ସୃଷ୍ଟି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ