Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ୍ ଖେଳୁଥିବା ବେଳେ କ୍ରିକେଟରଙ୍କୁ ହୃଦଘାତ୍

ଢାକା: ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତମିମ ଇକବାଲ ସୋମବାର ଦିନ ସାଭରରେ ଢାକା ପ୍ରିମିୟର ଲିଗ୍ (ଡିପିଏଲ୍) ମ୍ୟାଚ୍ ଖେଳୁଥିବା ସମୟରେ ତାମିମ୍ ଇକବାଲ ହୃଦଘାତର ଶିକାର ହୋଇଥିଲେ। ଯାହାପରେ ତାମିମ ଇକବାଲଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୩୬ ବର୍ଷୀୟ ବ୍ୟାଟସମ୍ୟାନ୍ ବିକେଏସପିରେ ଚାଲିଥିବା ଢାକା ପ୍ରିମିୟର ଲିଗ୍‌ରେ ମହମ୍ମଦାନ୍ ସ୍ପୋର୍ଟିଂ କ୍ଲବ୍‌ ପକ୍ଷରୁ ସାଇନପୁକୁର କ୍ରିକେଟ୍ କ୍ଲବ୍‌ ବିପକ୍ଷରେ ଖେଳୁଥିଲେ। ସେ ଦଳର ଅଧିନାୟକ ମଧ୍ଯ ରହିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ସମୟରେ ତାମିମ୍ ଇକବାଲ୍ ହଠାତ୍ ପଡ଼ିଆରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପଡ଼ିଆରେ ଡାକ୍ତରୀ ସହାୟତା ଦିଆଯିବା ପରେ ତାଙ୍କୁ ଅଧିକ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଟେଷ୍ଟ ପରେ ତାଙ୍କୁ ସାମାନ୍ଯ ହୃଦଘାତ ହୋଇଥିବା ଜଣାପଡିଥିଲା।

କ୍ରିକବଜ୍ ଅନୁଯାୟୀ, ବିସିବି ଡାକ୍ତର କହିଛନ୍ତି, “ତମିମ୍ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ ଏବଂ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ଟେଷ୍ଟ କରାଯାଇ ଏକ ଇସିଜି କରାଯାଇଥିଲା।” ପରେ ସାମାନ୍ଯ ସୁସ୍ଥ ଅନୁଭବ କରିବାରୁ ଏକ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରୁ ଗ୍ରାଉଣ୍ଡକୁ ଫେରୁଥିଲା ବେଳେ ସେ ପୁଣି ଥରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।
ଏହା ପରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ପରେ ଜଣାପଡିଥିଲା ଯେ ପୁଣିଥରେ ତାଙ୍କୁ ହୃଦଘାତ ହୋଇଛି।

ବର୍ତ୍ତମାନ ତାଙ୍କୁ ଫଜିଲାଟୁନ୍ନେସ୍ ହସ୍ପିଟାଲରେ ନିରୀକ୍ଷଣରେ ରଖାଯାଇଛି। ତେବେ ବାଂଲାଦେଶ କ୍ରିକେଟପ୍ରେମୀ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ବିଭିନ୍ନ କ୍ରିକେଟ ଲିଗରେ ସେ ଖେଳିବା ଜାରି ରଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ