ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗ୍ରାମର ଜଣେ ଶ୍ରମିକ ଟ୍ରେନ ରୁ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି । ଶ୍ରମିକ ଜଣକ ହେଲେ ଦଫା ଉର୍ମା ଙ୍କ ପୁତ୍ର ବିଶ୍ଵାମିତ୍ର ଉର୍ମl (୪୭) । ବିଶ୍ଵାମିତ୍ର ଜଣେ ଗରିବ ଲୋକ । କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଟ୍ରେନ ଯୋଗେ ଆନ୍ଧ୍ର ପ୍ରଦେଶ କୁ ଯାଉଥିଲେ । ସେ ଗତ ୨୧ ତାରିଖ ରେ ଟ୍ରେନ ଯୋଗେ ତାମିଲନାଡୁ ଯାଉଥିବା ସମୟ ରେ ତେନାଲି ଷ୍ଟେସନ ନିକଟ ରେ କୌଣସି କାରଣ ରୁ ଟ୍ରେନ ରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ l ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳ କୁ ଯାଇ ପ୍ରଶାସନ ସହାୟତା ରେ ବିଶ୍ଵାମିତ୍ର ଙ୍କ ମୃତ ଶରୀରକୁ ନିଜ ଗାଁ ହିଲୁଙ୍ଗ କୁ ଆଣି ଥିଲେ । ସୋମବାର ଶବ ପହଞ୍ଚିବା ପରେ ଗାଁ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ବିଶ୍ଵାମିତ୍ର ପରିବାର ରେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କ ସ୍ତ୍ରୀ ସହ ତିନି ସନ୍ତାନ ଥିବା ଜଣାଯାଇଛି l ହିଲୁଙ୍ଗ ଗାଁ ରେ ଜିଲ୍ଲା ଶ୍ରମ ଅଧିକାରୀ ପହଞ୍ଚି ସରକାରୀ ନିୟମ ଅନୁସାରେ ସମସ୍ତ ସାହାଯ୍ୟ ଯୋଗେଇ ଦିଆଯିବ ବୋଲି କହିଥିଲେ l ପରିବାର ଲୋକଙ୍କୁ ରେଡକ୍ରସ ଓ ହରିଶ୍ଚନ୍ଦ୍ର ଯୋଜନା ରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥିବା ଜଣାଯାଇଛି l
ବାହାର ରାଜ୍ୟ କୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଶବ ହୋଇ ଫେରିଲେ ହିଲୁଙ୍ଗ ଗାଁ ର ବିଶ୍ଵାମିତ୍ର ଉର୍ମl
