Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ୍ଏୱାଇ ଯୋଜନାରେ ହିତାଧିକାରୀଙ୍କ ଠାରୁ ଲାଞ୍ଚ, ଭିଜିଲାନ୍ସ ଜାଲରେ ସ୍ୱାମୀ ସ୍ତ୍ରୀ

ସମ୍ବଲପୁର:ପିଏମ୍ଏୱାଇ ଯୋଜନାରେ ହିତାଧିକାରୀ ଭାବେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ବରଗଡ଼ ପଦ୍ମପୁର ଜିଲ୍ଲା ପଦ୍ମପୁର ର ଜ୍ଞାନ ଜିପିର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ନୁପୁର ସେଠ୍ ଓ ତାଙ୍କ ସ୍ୱାମୀ ଶ୍ରୀ ବେଦ ପ୍ରକାଶ ବିଶ୍ୱାଳ (ବ୍ୟକ୍ତିଗତ ବ୍ୟକ୍ତି)ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅଭିଯୋଗକାରୀ ଯୋଗ୍ୟ ହେବା ଏବଂ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଅଭିଯୁକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ସେଠ ତାଙ୍କ ଠାରୁ ୧୦ ହଜାର ଲାଂଚ ପାଇଁ ଡିମାଣ୍ଡ କରିଥିଲେ । ଅଭିଯୋଗକାରୀ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ୧୦ ହଜାର ଟଙ୍କା ଲାଞ୍ଚ ଦେବାକୁ ସକ୍ଷମ ହୋଇନଥିଲେ। ବୁଝାମଣା ପରେ ଅଭିଯୁକ୍ତ ପିଇଓ ଶ୍ରୀମତୀ ସେଠ ଲାଞ୍ଚ ରାଶିକୁ ୫ ହଜାର ଟଙ୍କାକୁ ହ୍ରାସ କରିଥିଲେ। କୌଣସି ବିକଳ୍ପ ନ ଥିବାରୁ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଅଭିଯୁକ୍ତ ଶ୍ରୀମତୀ ସେଠଙ୍କୁ ତାଙ୍କ ସ୍ୱାମୀ ବେଦ ପ୍ରକାଶ ବିଶ୍ୱାଳଙ୍କ ଜରିଆରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି।
ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ୫୦୦୦/- ଟଙ୍କା ଜବତ କରାଯାଇଛି। ପିଇଓ ଶ୍ରୀମତୀ ସେଠଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ପିଏସ୍ କେସ୍ ନଂ ୩/୨୦୨୫ ୟୁ/ଏସ୍ ୭ପିସି (ସଂଶୋଧନ) ଆଇନ, ୨୦୧୮ ରୁଜୁ ହୋଇଛି। ଅଭିଯୁକ୍ତ ଶ୍ରୀମତୀ ସେଠ, ପିଇଓ ଓ ତାଙ୍କ ପତ୍ନୀ ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ