ଏନ୍ ଏସ୍ ଏସ୍ ଶାଖା ପକ୍ଷରୁ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ


ସମ୍ବଲପୁର:ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ତଥା ରେଡକ୍ରସ୍ ଭାଇସ୍ ପାର୍ଟନ୍ କ୍ଷୀରୋଦ ଚନ୍ଦ୍ର ଓଝା ଯୋଗଦେଇ ଅଂଶୁଘାତ ର ଲକ୍ଷଣ ,କାରଣ ,ପ୍ରଭାବ ସହିତ ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ଅଧ୍ୟାପକ ମନୋଜ ସାହୁ, ଇତିହାସ ଅଧ୍ୟାପିକା ପ୍ରଭାତୀ ବେହେରା ,ଗ୍ରନ୍ଥକାରକ ସୁବ୍ରତ ମଲ୍ଲ ଉପସ୍ଥିତ ଥିଲେ । ଜିଲ୍ଲା ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ । କାର୍ଯ୍ୟକ୍ରମ ର ସଫଳତା ପାଇଁ ମହବିଦ୍ୟାଳୟର ସମସ୍ତ କର୍ମଚାରୀ ଶିକ୍ଷା ଡେମୋଷ୍ଟେଟର ସନତ ନେଗୀ , ରାଜକୁମାର ପ୍ରଧାନ, ସୀତାରାମ ସାହୁ , ସଦାନନ୍ଦ କ୍ରସେଲ୍ ସହଯୋଗ କରିଥିଲେ।