Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ନୁଯୁକ୍ତି ମେଳା, ୨୮୨ ପାଇଲେ ସିଧା ନିଯୁକ୍ତି

ସମ୍ବଲପୁର:ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, ସମ୍ବଲପୁରର ମିଳିତ ଆନୁକୁଲ୍ୟ ରେ ଧନକଉଡା ଫୁଟବଲ ପଡିଆ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀ ରେ ମୁଖ୍ୟ ଅତିଥି ଜିଲ୍ଲାପାଳ, ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ନିର୍ଦ୍ଦେଶକ-RSETI ଶ୍ରୀ ସୁବାଷ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ, ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲା ମାନଙ୍କୁ ତାଙ୍କର ଦକ୍ଷତା ର ବିକାଶ ପାଇଁ ଉତ୍ସାହିତ କରିଥିଲେ। ଏହି ମେଳା ରେ ୧୦୧୭ ଜଣ ନୁଯୁକ୍ତି ଆଶାୟୀ ଯୋଗଦେଇଥିଲେ।ମେଲାରେ ଯୋଗ ଦେଇଥିବା ୨୭ ଟି କମ୍ପାନି ଦ୍ଵାରା ଚାକିରି ଆଶାୟୀ ମାନଙ୍କର ସାକ୍ଷାତକାର ଆୟୋଜନ କରଯାଇଥିଲା। ଏତତ ବ୍ୟତୀତ ୧୫ ଜଣ PIA’S ଏହି ମେଳାରେ ଯୋଗ ଦେଇ ୭୩୫ ଜଣ ପ୍ରାର୍ଥୀ ଙ୍କୁ ଦକ୍ଷତା ବିକାଶ ତାଲିମ ରେ ସାମିଲ କରାଇଥିଲେ।ଉକ୍ତ ମେଳାରେ ୨୮୨ ଜଣ ପ୍ରାର୍ଥୀ / ପ୍ରାର୍ଥୀନୀ ବିଭିନ୍ନ ପଦ ପଦବୀ ପାଇଁ ନିଯୁକ୍ତି ଦାତା ଙ୍କ ଦ୍ଵାରା ସିଧା ସଳଖ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଚୟନ ହୋଇଥିଲେ।
ଉପ ନିର୍ଦ୍ଦେଶକ ଜିଲ୍ଲା ଦକ୍ଷତା ବିକାଶ ତ‌ଥା ନିୟୋଜନ କାର୍ଯ୍ୟାଳୟ, ସମ୍ବଲପୁର ଶ୍ରୀ ଶଙ୍କର ଚରଣ ମୁର୍ମୁ ସ୍ଵାଗତ ଅଭିଭାଷଣ ଦେଇଥିଲା ବେଳେ, ସଭା ପରିଶେଷରେ ଉପ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ , ORMAS ଶ୍ରୀ ଶ୍ରୀମନ୍ତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟକୁ ଶ୍ରୀ ଅଜୟ କୁମାର ନାଥ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଡେପୁଟି କମିଶନର ସୀମା ସବିତା କୁଲ୍ଲୂ, ଡ଼ି.ଜି ଲାକ୍ରା- ଦକ୍ଷତା ବିକାଶ ତ‌ଥା ନିୟୋଜନ ଅଧିକାରୀ, ବୁର୍ଲା, ଶ୍ରୀମତୀ ସଂଗୀତା କୁମାରୀ ମେହେର ଜିଲ୍ଲା ଦକ୍ଷତା ବିକାଶ ତ‌ଥା ନିୟୋଜନ ଅଧିକାରୀ, ସମ୍ବଲପୁର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ