Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ବେଟୀ ବଞ୍ଚାଅ ବେଟୀ ପଢ଼ାଅ ସଚେତନତା ରାଲି

ସମ୍ବଲପୁର:ବୁର୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ବେଟୀ ବଞ୍ଚାଅ ବେଟୀ ପଢ଼ାଅ ସଚେତନତା ରାଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବାବୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଛାତ୍ରୀ ଏବଂ ଶିଶୁ ମାନଙ୍କର ଅଧିକାର ସବୁ କଣ କଣ ରହିଛି ଉଲ୍ଲେଖ କରିବା ସହିତ ନିଜକୁ ବାହ୍ୟ କୁ ପ୍ରଭାବ ରୁ ଦୁରେଇ ରଖିବାକୁ ପରାମର୍ଶ ଦେଇଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ଶୁଶ୍ରୀ ସଂଗୀତା ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ୍ ପରିଚାଳନା ସମିତି କର୍ମକର୍ତ୍ତା, ଛାତ୍ରୀ, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ