୨୯ରୁ ପୁଣି କଲବଲ କରିବ ଖରା


ଭୁବନେଶ୍ୱର: ୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ। କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବର୍ଷା ଯୋଗୁ ଖରାରୁ ସାମାନ୍ଯ ଆଶ୍ବସ୍ତି ମିଳିଥିଲା। ଏବେ ପୁଣିଥରେ ତାତି ପାଇଁ କଲବଲ ହେବେ ଜନସାଧାରଣ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ୱସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ଏ ନେଇ ସତର୍କ କରାଯାଇଛି। ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏ ତାପମାତ୍ରା ବଢ଼ିବ। ରାତିର ତାପମାତ୍ରା ୨ ଦିନ ଭିତରେ ୩ ଡିଗ୍ରୀ ଯାଏ ବଢ଼ିବ।ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ପାରଦ ବୃଦ୍ଧି ପାଇଛି ଏବଂ ଦୁଇ ଦିନ ପରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବ। ସେହିପରି ଆଗାମୀ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।