Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୋଷା କୁକୁରକୁ ବୋହୂ ନେଇଯିବାରୁ ହାଇକୋର୍ଟ ଗଲେ ଶାଶୁ, କୋର୍ଟ ଦେଖାଇଲେ ନାଲି ଆଖି

କଟକ: ବୋହୂ ଯୌତୁକ ସାମଗ୍ରୀ ସହ ପୋଷା କୁକୁରକୁ ବି ନେଇଗଲା । ଏହାକୁ ବିରୋଦ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଶାଶୁ । ହେଲେ, କୋର୍ଟ ଆବେଦନକାରୀ ଶାଶୁଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ।ଏହାସହ ହଜାରେ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ଏଭଳି ଆବେଦନ ହାଇକୋର୍ଟରେ କରିବାର ନଥିଲା । ଏହାଦ୍ୱାରା ଅଦାଲତି ସମୟ ନଷ୍ଟ ହୋଇଛି ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା । ବୋହୂ ଜଣଙ୍କ ଯିବା ସମୟରେ ସାଙ୍ଗରେ ଘରର ପୋଷା କୁକୁର ନେଇଯାଇଥିଲେ ।

କୁକୁରଟିକୁ ସେ ଯୌତୁକରେ ଆଣି ନଥିଲେ ବି କାହିଁକି ନେଇଗଲେ ବୋଲି ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶାଶୁଘର ଲୋକେ । ଏଭଳି ଏକ ମାମଲା କରି ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ । ଜରିମାନା ବାବଦକୁ ହଜାରେ ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

More Stories