Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣୋଦୟ ଭିନ୍ନକ୍ଷମ ମାନସିକ ବିଦ୍ୟାଳୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

କୁଚିଣ୍ଡା : ଆଜି ସୋମବାର ଦିନ କୁଚିଣ୍ଡା ସ୍ଥିତ ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବିଶ୍ୱରେଡକ୍ରସ ଦିବସ ତଥା ଡୋନାଲଡ ହେନେରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ରୋପ୍ ଚାଇଲ୍ଡ ଲାଇନ ଅନୁଷ୍ଠାନର ଉପଦେଷ୍ଟା ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ । ଏଥିରେ କୁଚିଣ୍ଡା ଉପ ଜିଲ୍ଲାପାଲ୍ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ସେବା ହିଁ ଯୁବ ସମାଜର ଧ୍ୟେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବି ଡି ଓ ନିରଞ୍ଜନ ସା ମୁଖ୍ୟ ବକ୍ତା, ଡ଼ ଶରତ ଚନ୍ଦ୍ର ଗୌନ୍ତିଆ ଏବଂ ଏସ ଡି ପି ଓ ରାଜ କିଶୋର ମିଶ୍ର ,ସି ଡି ପି ଓ କନକ ଲତା ନାୟକ, ଏସ ଡି ଏମ ଓ ଡାକ୍ତର ସୁବୋଧ ନାଏକ, କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ନୀଳାଚଳ ତିୱାରୀ, ଜରାବଗା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ ପଟେଲ ,ପୂର୍ବତନ ଉପ ନାଗରପାଲ ଆରତୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦିବସ ର ମହତ୍ତ୍ଵ ଓ ରକ୍ତ ଦାନର ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ରୋପ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ତଥା ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଭ୍ୟ ପ୍ରଦୀପ ମହାକୁଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ସଞ୍ଜୟ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଡ଼. ସତ୍ୟପ୍ରକାଶ ଦୋରା ଙ୍କ ପ୍ରଦତ୍ତ ସୁଦ୍ଧ ପାନୀୟ ଯନ୍ତ୍ର କୁ ମୁଖ୍ୟ ଅତିଥି ଲୋକାର୍ପଣ କରିଥିଲେ ।ଏହା ପରେ ରୋଜାଲିନ ପଧାନ ରାହୁଲ ଅଗ୍ରୱାଲ,ରାଜେଶ୍ ଶର୍ମା, ବିଜୁ ସାହୁ, ଅଙ୍କିତ ଅଗ୍ରୱାଲ,ସରୋଜ ମେହେର ,ତୃପ୍ତି ମୟୀ ଦାସ,ମିଲି ବାଦି,ଭୂମି ଶ୍ୱେତା ଧୁରୁଆ ,ଆରତୀ ମିଞ୍ଜ, ସୁଜିତ କିସାନ, ସୌରଭ କର ପ୍ରମୁଖଙ୍କ ପରିଚାଳନା ରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।ରକ୍ତଦାନ ଶିବିରରେ ବିଡ଼ିଓ ନିରଞ୍ଜନ ସା ଙ୍କ ସମେତ ଟିମ ଲାୟନ, ଟେକ୍ସି ୟୁନିୟନ ଏବଂ ବକ୍ସମାର ଗଡ଼ସ ପାୱାର ଏଣ୍ଡ ବ୍ଲେସ୍ସୀଙ୍ଗ ମିନିଷ୍ଟ୍ରି ଏବଂ ଶ୍ୟାମ ମଣ୍ଡଳୀର ମିଳିତ ସହଯୋଗରେ କୁମୁଦବନ୍ଧୁ ବାଘ, ହୃଦା ନନ୍ଦ ରୋହିଦାସ, ନବୀନ ବାଘ, ଧବଳେଶ୍ୱର ନାୟକ, ଗୋବର୍ଧନ ସୁନାନୀ, କଳିଙ୍ଗ କିସାନ, ମଦନ ବର, ବସନ୍ତ କିସାନ, ଅଙ୍କିତ କୁମାର ଅଗ୍ରୱାଲ, ବିନୟ କୁମାର ଦାଶ, ଅଭିଜିତ ଅଦକ, ରାମ ବେହେରା, ରୁପେଶ ପ୍ରଧାନ, ପ୍ରକାଶ ମକର, ନିର୍ମଳ ଛତ୍ରିଆ, ସୁବାଷ କୁମାର ମହାନନ୍ଦ, ଅଜୟ ବାଗେ, ହେମଲାଲ ମୁଣ୍ଡା, ଜଗଦିଶ ରୋହିଦାଶ, ଦେବାରଚନ ମୁଣ୍ଡା, ହେମନ୍ତ ମାଝୀ, ପ୍ରଦୀପ ରୋହିଦାଶ, ଦିବ୍ୟ ଜ୍ୟୋତି ମେହେର, ବିଜୟ ଶଙ୍କର ସାହୁ ଏବଂ ମହିଳା ରକ୍ତଦାତା ଜୁଲି ମହନ୍ତ ପ୍ରମୁଖ ରକ୍ତଦାନ କରିଥିଲେ l ପୂର୍ବରୁ ସକାଳେ ଅନୁଷ୍ଠାନ ପରିସରକୁ ସଫେଇ କରାଯାଇଥିବା ଦେଖା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ