Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚାଷୀ ଦୟାନିଧି କୁ ଦୟା କରିବେକି ସରକାର ।

ଧାନ ବିକିବା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟିଲେ ଚାଷୀ।
ହାଟଡିହି ଏଭଳି ପରିସ୍ଥିତିରେ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ସଢା ସମବାୟ ସମିତି ରେ। ଧାନ ବିକିବା ପାଇଁ ଧାନ ରଖି ରଖି ଶୁଖି ଗଲା କିନ୍ତୁ ବିକ୍ରି କରି ପାରୁ ନଥିବା ଦେଖିବାକୁ ମିଳିଛି। ଏହି ଖବର ଦେଇଛନ୍ତି ବାରଙ୍ଗ ଗ୍ରାମର ଦୟାନିଧି ଜେନା। ତାଙ୍କର ଟୋକନ୍ ନମ୍ବର – ୧୦୯୩୭୯୦ ହୋଇଥିବା ବେଳେ ସେ ୫୫.୦୩ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଫେବୃଆରୀ ମାସରେ ୨୪ ରୁ ମାର୍ଚ୍ଚ ୨୫ ମଧ୍ୟରେ ବିକ୍ରି ଅବଧି ରହି ଥିଲେ ସୁଦ୍ଧା ତାଙ୍କୁ ବିକ୍ରି କରିବାର ସୁଯୋଗ ଦେଇନାହିଁ ସଢା ସମବାୟ ସମିତି। ସମ୍ପାଦିକା ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବୁ ଟଙ୍କା ଦିଅ ବୋଲି କହି ଟଙ୍କା ନେଇଥିଲେ। ଧାନ ବିକ୍ରି ନ ହେବାରୁ ଟଙ୍କା ଫେରସ୍ତ କରିଦେଲେ। ଏବେ ଧାନ ବିକ୍ରି ନକରି ପାରି ଜୀବନ ହାରିବା ଭଳି ବଡ ନିଷ୍ପତି ନେଇ ଛନ୍ତି। ଏହି ଘଟଣା କୁ କେହି ଗୁରୁତ୍ଵ ଦେଉନ ଥିବାରୁ ଡିଇଓ , ଓ ସମ୍ପାଦିକା ତାଙ୍କୁ ତାଛଲ୍ୟ କରି କହିବା ସହ ଧମକ ଦେଇଛନ୍ତି ବୋଲି ଦୟାନିଧି ଲିଖିତ ଅଭିଯୋଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଜଣାଇ ଛନ୍ତି। ଅପେକ୍ଷା ସଢା ସମବାୟ ସମିତି ରେ ଏହି ଗୋଟିଏ ଘଟଣା ନା ଆଉ ଏପରି ରହିଛି ଧାନ କିଣିବା ପାଇଁ ପଇସା ଦେଉଥିବା ଲୋକେ ଏବେ ମୁଁହ ଖୋଲି ଲେଣି।