Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସକୁ ଆକ୍ରମଣ ମହାଙ୍ଗା ପଡିଲା,   ଗିରଫ ଭୟରେ ବାଲିପଦା  ଗ୍ରାମ ପୁରୁଷ ଶୁନ୍ୟ,

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବାଲିପଦା ଗ୍ରାମବାସୀଙ୍କ ପୁଲିସକୁ ଆକ୍ରମଣ କରିବା ମାହାଙ୍ଗା ପଡ଼ିଲା। ଗିରଫ ଭୟରେ ଏବେ ଗ୍ରାମଟି ପୁରୁଷ ଶୁନ୍ୟ ହୋଇ ପଡିଛି। ଗତକାଲି ରାତିରେ ବାଲି ଚୋରା ଚାଲାଣ ରୋକିବାକୁ ନିଯୁକ୍ତ ଥିବା ଦୁଇଜଣ ପୋଲିସ ଫୋର୍ସଙ୍କୁ ଗ୍ରାମବାସୀ ମାନେ ଆକ୍ରମଣ କରିଥଲେ। ଏଥିରେ ଜଣେ ପୁଲିସ ଫୋର୍ସ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ। ପୁଲିସ ଉପରେ ଆକ୍ରମଣ ପରେ ପୋଲିସ ପ୍ରତିକ୍ରୀୟାଶିଳ ହୋଇଛି। ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି  ଗ୍ରାମରେ ଚଢାଉ କରି ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣିଛନ୍ତି। ଆଜି ଗ୍ରାମର ଅର୍ଦ୍ଧାଧିକ ଘରେ ତାଲା ଝୁଲୁଥିବା ବେଳେ ଜଣେ ବି ପୁରୁଷ ଗ୍ରାମରେ ନଥିବା ଦେଖିବାକୁ ମିଳିଛି। ଯେଉଁ କଛି ବି ମହିଳା ଅଛନ୍ତି ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ