Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁ କାଶ୍ମୀରରେ ଓଲଟିଲା ବସ୍, ୧୨ ଆହତ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ରାମବନ ଜିଲ୍ଲାରେ ବୁଧବାର ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ନବଯୁଗ ସୁଡ଼ଙ୍ଗର କାନ୍ଥରେ ଧକ୍କା ହୋଇ ଓଲଟି ପଡ଼ିବାରୁ ୧୨ ଜଣ ଆହତ ହୋଇଛନ୍ତି।

ତେବେ ଅଧିକାରୀମାନେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ବସ୍‌ଟି ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିବା ବେଳେ କାଜିଗୁଣ୍ଡ-ବାନିହାଲ୍‌ ସୁଡ଼ଙ୍ଗର କାନ୍ଥରେ ଧକ୍କା ହୋଇ ଓଲଟି ପଡ଼ିଥିଲା। ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କାଜିଗୁଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ