Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଟ୍ୟ ଭବଭୁତି ସମ୍ମାନ ରେ ସମ୍ମାନିତ ହେଲେ ନାଟ୍ୟକାର ଓ ଗୀତି କବି ପଦ୍ମଶ୍ରୀ ବିନୋଦ ପଶାୟତ ଓ ନାଟନାଟୁଆ ସମ୍ମାନ ରେ ସମ୍ମାନିତ ହେଲେ ରୂପକାର ପଦ୍ମଲୋଚନ ଚକ୍ରବର୍ତ୍ତୀ

ସମ୍ବଲପୁର:ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି ” ନାଟ ନାଟୁଆ ” ପକ୍ଷରୁ ବିଗତ ବର୍ଷ ପରି ଏହି ବର୍ଷ ମଧ୍ୟ ବିଶ୍ୱ ନାଟ୍ୟ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ସାମ୍ବାଦିକ ଭବନ ରେ ଆୟୋଜିତ ଏହି ବିଶ୍ୱ ନାଟ୍ୟ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର, ନିର୍ଦେଶକ ଡ଼. ଦ୍ୱାରିକା ନାଥ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ, ବିଶିଷ୍ଟ ସାହିତ୍ତିକ ଡ଼. ଶ୍ୟାମ ଭୋଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ନାଟନାଟୁଆ ର ଯୁଗ୍ମ ସଂଯୋଜକ ଅତିଶ ଶତପଥି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରାରମ୍ଭ ରେ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଓ ନାଟରାଜ ଙ୍କୁ ପୂଜା ଅର୍ଚନା କରାଯାଇଥିଲା ଓ କବି କମଲ ଲୋଚନ ପଣ୍ଡା ମନ୍ତ୍ରୋଚ୍ଚାରଣ କରିଥିଲେ l ଏଥି ସହ ପ୍ରମୋଦ ମିଶ୍ର ଙ୍କର ଗୀତ ରଚନା ଓ ସଂଗୀତ ସଂଯୋଜନା ରେ ନାଟକ ଉପରେ ପର୍ଯବେଶିତ ଗୀତ ଗାନ କରିଥିଲେ ଶିଶୁ କଣ୍ଠଶିଳ୍ପୀ ଚିନ୍ମୟୀ ସାହୁ ଓ ସୁଶ୍ରୀ ଶ୍ରଦ୍ଧା ମିଶ୍ର l ଏହି ବର୍ଷ ବିଶ୍ୱ ନାଟ୍ୟ ଦିବସ ପରିପେକ୍ଷି ରେ ଗ୍ରୀସ ଦେଶର ନାଟ୍ୟ ନିର୍ଦେଶକ ଥିଓଡୋରୋସ ଟେରଜୋ ପୋଲୋସ ଦେଇଥିବା ବାର୍ତ୍ତା ର ସମ୍ବଲପୁରୀ ଭାଷାନ୍ତର ବାର୍ତ୍ତା କୁ ବରିଷ୍ଠ ସାମ୍ବାଦିକ ସୁକାନ୍ତ କର ପାଠ କରିଥିଲେ l
ଏହି ବିଶ୍ୱ ନାଟ୍ୟ ଦିବସ ଅବସରରେ ନାଟକ କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ନାଟ୍ୟକାର ତଥା ଗୀତିକବି ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କୁ “ନାଟ୍ୟ ଭବଭୁତି ସମ୍ମାନ” ରେ ସମ୍ମାନିତ କରିବା ସହ ନାଟକ ର ପ୍ରଚ୍ଛଦ ରେ ରହି କଳାକାର ଙ୍କୁ ବିଭିନ୍ନ ଚରିତ୍ର ର ରୂପ ଦେଉଥିବା ରୂପକାର ପଦ୍ମଲୋଚନ ଚକ୍ରବର୍ତ୍ତୀ ( ଡଗରା ) ଙ୍କୁ “ନାଟନାଟୁଆ” ସମ୍ମାନ ରେ ନାଟନାଟୁଆ ପକ୍ଷରୁ ସମ୍ମାନିତ କରାଯାଇଥିଲା l ଏଥିସହ ସୁକାନ୍ତ କର ଙ୍କୁ ନିୟମିତ ଭାବରେ ବିଶ୍ୱ ନାଟ୍ୟ ଦିବସ ର ବାର୍ତ୍ତା ଙ୍କୁ ସମ୍ବଲପୁରୀ ଭାଷା ରେ ଅନୁବାଦ ପାଇଁ ସମ୍ମାନିତ କରାଯାଇଥିଲା l ମାନପତ୍ର ପାଠ କରିଥିଲେ ଅଭିଷେକ ମିଶ୍ର ଓ ମାନସ ମିଶ୍ର l ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କର ଅସୁସ୍ଥତା କାରଣରୁ ତାଙ୍କର ପୁତ୍ରବଧୂ ମୋହିନୀ ପଶାୟତ ଓ ନାତି କୌଶିକ ପଶାୟତ ନାଟ୍ୟ ଭବଭୁତି ସମ୍ମାନ ଗ୍ରହଣ କରିଥିଲେ l
ଏହି ବିଶେଷ ଅବସରରେ ମୁଖ୍ୟଅତିଥି ଡ଼. ନାୟକ ” ବିଶ୍ୱ ନାଟ୍ୟ ଦିବସ ପାଳନ ଓ ନାଟକ ” ବିଷୟରେ ଆଲୋଚନା କରି ନାଟକ ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେବା ସହ, ନାଟକ ପାଇଁ ନାଟୁଆ ସମର୍ପିତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ମୁଖ୍ୟବକ୍ତା ଡ଼. ଭୋଇ ” ସମାଜ ପାଇଁ ନାଟକ ” ବିଷୟରେ ଆଲୋଚନା କରି କହିଲେ ଯେ, ପ୍ରତ୍ୟେକ ନାଟକରେ କିଛି ନା କିଛି ବାର୍ତ୍ତା ଥାଏ ଏବଂ ସମାଜ ସଂସ୍କାର ପାଇଁ ନାଟକ ମୁଖ୍ୟ ଭୂମିକା ନେଇଥାଏ ବୋଲି କହିଥିଲେ l ନାଟୁଆ ମାନେ ଆହୁରି ସଚେତନ ହୋଇ ସମାଜ ପାଇଁ ନାଟକ ନିର୍ମାଣ କରିବା ଜରୁରୀ ବୋଲି କହିଥିଲେ l
ନାଟନାଟୁଆ ର ସଂଯୋଜକ ଶ୍ରୀ ପାଣିଗ୍ରାହୀ ସମ୍ବଲପୁର ରେ ନାଟୁଆ ଓ ନାଟକ ପାଇଁ ପ୍ରେକ୍ଷାଳୟ ଟିଏ ପ୍ରତିଷ୍ଠା ହୋଇନପାରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ l ଆଗାମୀ ଦିନରେ ସମ୍ବଲପୁରରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ଅତିଶୀଘ୍ର ନିର୍ମାଣ ନହେଲେ ନାଟନାଟୁଆ ପକ୍ଷରୁ ଆମରଣ ଅନଶନ ବସିବାକୁ ବାଧ୍ୟ ହେବ ବୋଲି ଘୋଷଣା କରିଥିଲେ।
ଶେଷରେ ବରିଷ୍ଠ ସଭ୍ୟ ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ର ସଫଳତାରେ ପ୍ରଶାନ୍ତ ମାଝୀ, ଯୋଗେଶ ନନ୍ଦ, ରାହୁଲ ଗୁପ୍ତା, ମମତା ପଣ୍ଡା, ଲଳିତ ବେବାର୍ତ୍ତା, ସଂଜୀବ ପାଢ଼ୀ, ଶଙ୍କର ବେହେରା, ଆଶିଷ ସୋନର, ଶୁଭମ ମେହେର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories