ସମ୍ବଲପୁର:ସମ୍ବଲପୁର ରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ପ୍ରସ୍ତୁତି ବୈଠକ ଏସଏସଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା I “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା” ଅନ୍ତର୍ଗତ ଏବେ ସମ୍ବଲପୁରରୁ ଅଯୋଧ୍ଯା-ବାରଣାଶୀ ଅଭିମୁଖେ ମାର୍ଚ୍ଚ ୨୯ ତାରିଖ ରୁ ଯାତ୍ରା ଆରମ୍ଭ ହେବ I ସମ୍ବଲପୁରରୁ ୭୭୫ ଯାତ୍ରୀଙ୍କ ଯାତ୍ରା ପାଇଁ ଆଶ୍ରୟସ୍ଥଳ ର ବ୍ୟବସ୍ଥା କରାଯାଇଛି I ସେଥିରେ ସମ୍ବଲପୁର ଜିଲ୍ଲାରୁ ୮୯ ଯାତ୍ରୀ ସାମିଲ ଅଛନ୍ତି I ସୂଚନା ଅନୁଯାଇ ଯାତ୍ରୀ ମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଏବଂ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି I ସମ୍ବଲପୁର ର ପାନ୍ଥନିବାସ ଠାରେ ସମ୍ବଲପୁର-୮୯, ସୁବର୍ଣ୍ଣପୁର-୫୨, ଦେଓଗଡ଼-୨୭ ଜଣ ଯାତ୍ରୀ ଙ୍କ ପାଇଁ ଏବଂ ସମ୍ବଲପୁର ର ରେଲୱେ ତାଳିମ କେନ୍ଦ୍ର ଠାରେ ଅନୁଗୁଳ- ୧୦୯ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର ରେଲୱେ କମ୍ୟୁନିଟି ହଲ ଠାରେ ଝାରସୁଗୁଡ଼ା-୫୦, ସୁନ୍ଦରଗଡ଼-୧୮୦, ବଲାଙ୍ଗୀର-୧୪୧ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର କ୍ଷେତ୍ରରାଜ ପୁର ରେ ସ୍ଥିତ ମାର୍ୱ୍ବାଡି ପଞ୍ଚାୟତି ଧର୍ମଶାଳା ଠାରେ ବରଗଡ-୧୨୭ ଜଣ ଯାତ୍ରୀ ଙ୍କ ପାଇଁ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା।
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
