ଲଇଡା କୃଷି ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା


ସମ୍ବଲପୁର:ରେଙ୍ଗାଳି ବ୍ଲକ ଅନ୍ତର୍ଗତ ଲଇଡା କୃଷି ସେବା ସମବାୟ ସମିତି ତରଫରୁ ସଭାପତି ସଲିଲ କୁମାର ନାଏକ ଙ୍କ ଅଧ୍ୟକ୍ଷତା ରେ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତି ରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଯାଇଛି I ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେରେ ଡି.ଆର.ସି.ଏସ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମରେଇ ଏବଂ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେଙ୍ଗାଲି ଶାଖା ପରିଚାଳକ ଚନ୍ଦନ କୁମାର ଦାସ ଓ ସମିତି ର ପୂର୍ବତନ ସଭାପତି ସରୋଜ କୁମାର ପୂଜାରୀ ଉପସ୍ଥିତ ଥିଲେ I ସମିତି ର ସମ୍ପାଦକ ଗଜେନ୍ଦ୍ର ରଣ ବିବରଣୀ ପଠନ କରିଥିଲେ I ସଭାରେ ନୃତନ ଅଫିସ ଗୃହ ନିର୍ମାଣ , ଆର ଏମ୍ ସି ରେ ଇଲେକ୍ଟ୍ରି ବ୍ୟବସ୍ଥା, ୱେଟ୍ ମେସିନ ଓ ସମିତିର ଅଫିସ ରେ ଥଣ୍ଡା ପାନୀୟ ଜଳ ପାଇଁ ଚାଷୀ ମାନେ ପ୍ରସ୍ତାବ ରଖିଥିଲେ I ଏହି ସଭା ରେ ସମିତି ଅନ୍ତର୍ଗତ ସମସ୍ତ ଗ୍ରାମରୁ ଚାଷୀ ଯୋଗଦାନ କରିଥିଲେ I ସମିତି ର ଡି.ଇ.ଓ. ଶୁଭମ୍ ବୁଡ଼ା ସ୍ବାଗତ ଭାଷଣ ରଖିଥିବା ବେଳେ ଏବଂ ସମିତିର କର୍ମଚାରୀ ଜିବନାନନ୍ଦ ସାହୁ , ବାବୁଲୁ ଧୁରୁଆ ,କୈଳାସ ମହାପାତ୍ର ,ସରୋଜ କରଲି ସହଯୋଗ କରିଥିଲେ I ବାର୍ଷିକ ସଭା ରେ ଚାଷୀ ନେତା ରାଜେଶ ପୃଷ୍ଟି , ଅଶ୍ଵିନୀ କୁମାର ପଟେଲ, ନବକିଶୋର ନାଏକ, ସଞ୍ଜୟ ପଟେଲ, ପ୍ରହଲ୍ଲାଦ ପେଟେଇ, ରମେଶ ଚନ୍ଦ୍ର ସାହୁ, ସନ୍ତୋଷ ଭୋଇ, ସର୍ବନନ୍ଦ ସରାଫ ପ୍ରମୁଖ ଚାଷୀ ମାନେ ଯୋଗଦାନ କରିଥିଲେ I ଶେଷରେ ସମିତିର ବୋର୍ଡ ସଦସ୍ୟ ଉମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।