Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିଦିବସୀୟ ରାଜ୍ୟସ୍ତରୀୟ ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଶିକ୍ଷଣ ଶିବିର ଉଦଘାଟିତ

ସମ୍ବଲପୁର:ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ବଲପୁର ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଶିକ୍ଷଣ ଶିବିର ବୁଢାରଜା ଉଚ୍ଚ ବିଦ୍ୟାଳୟ,ସମ୍ବଲପୁର ଠାରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ବିଶ୍ୱାମିତ୍ର ଦୀପଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଉଦଘାଟିତ ହୋଇଯାଇଅଛି I ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାର ବାର୍ତ୍ତା ବହନ କରୁଥିବା ଏହି ପ୍ରଶିକ୍ଷଣର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରିବା ସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇ ବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷିତ ଜ୍ଞାନକୁ ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିଥିଲେ I ଏହି ଶିବିରଟି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମିତା ପତ୍ରୀଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡ଼ସ ନୋଡାଲ ଅଫିସର ଡ.ସଞ୍ଜୀବ କୁମାର ତିରିଆ, ଭୀମସାର ବୁର୍ଲାର ଏଚ. ଆଇ. ଭି. କାଉନସେଲର ରୋଜାଲିନ ପଣ୍ଡା, ଅନ୍ତିର୍ଜାତିକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ସୁମନ୍ତ ଦ୍ବିବେଦୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୁଜାତା ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ I ପ୍ରଥମ ଦିବସ କାର୍ଯ୍ୟକ୍ରମରେ ଡ. ତିରିଆ ଏବଂ ଶ୍ରୀମତୀ ପଣ୍ଡା ଏଚ. ଆଇ. ଭି.-ଏଡ୍ସ ସମ୍ବନ୍ଧରେ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିବାବେଳେ ଶ୍ରୀ ଦ୍ବିବେଦୀ ପ୍ରାଥମିକ ଉପଚାର ଏବଂ ସିପିଆର ଦିଆଯିବାର ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ. i ବରିଷ୍ଠ କାଉନସେଲର ପଙ୍କଜିନୀ ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ମୋଟ ୭୦ ଜଣ କାଉନସେଲର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୁନିୟର ରେଡ଼କ୍ରସ କାଉନସେଲର ଆନନ୍ଦ ଡନସନା,ପ୍ରତାପ ସେନାପତି, ସତ୍ୟନାରାୟଣ ପଣ୍ଡା,ରାଜାରାମ ପଣ୍ଡା,ତ୍ରିବିକ୍ରମ ରଣା, ବିକାଶ ସାହୁ ତଥା ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ବିଶେଷ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ