ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ସୂଚୀରେ ପରିବର୍ତ୍ତନ


ସମ୍ବଲପୁର: ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୮୩୫/୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି I ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ I ଏହି ଟ୍ରେନ ପାଇଁ ଜୁନ୍ ୩ ଠାରୁ ସାପ୍ତାହିକ ଛୁଟି ଦିନ ଅର୍ଥାତ୍ ମଙ୍ଗଳବାର ଚଳାଚଳ ବନ୍ଦ ରହିବ I ଜୁନ୍ ୭ ଠାରୁ ଶନିବାର ଦିନରେ ଚଳାଚଳ ସ୍ୱାଭାବିକ ରହିବ I ୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ୫ ଘଟିକାରେ ଛାଡି ଅପରାହ୍ନ ୧୨ଟା.୪୫ମି.ରେ ରାଉରକେଲାରେ ପହଞ୍ଚୁଛି । ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ଅପରାହ୍ନ ୨ଟା .୧୦ମି.ରେ ଛାଡି ପୁରୀରେ ରାତ୍ରି ୯ଟା ୪୦ମି.ରେ ପହଞ୍ଚୁଛି I ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ଟ୍ରେନର ସମୟ ଏବଂ ରହଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ I