Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ସଂଯୋଜନାରେ ରକ୍ତଦାନ ଶିବିର

ସମ୍ବଲପୁର:ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା”ର ସଭାପତି ଅମର ତାଣ୍ଡିଆଙ୍କ ସଂଯୋଜନାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି । ଏହି ଶିବିରରେ ସର୍ବମୋଟ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଦିଲ୍ଲିପ କୁମାର ମୁଦୁଲି ଉଦ୍ଘାଟନ କରିଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ସହାରାଞ୍ଚଳ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଦୀପ ହୋତା, ସେବା ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ଉପଦେଷ୍ଟା ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଉପଦେଷ୍ଟା ପ୍ରମୋଦ କୁମାର ସେଠ୍, ସୁପ୍ରିତ ନାୟକ, ଇନ୍ଦ୍ରଜିତ ବାରିକ୍, ସାମ୍ବାଦିକ ଗୁଣମଣି ବିଶ୍ବାଳ, ଅରବିନ୍ଦ ପାଣିଗ୍ରାହୀ, ରାମଚନ୍ଦ୍ର ରାଉତ, ଅଜିତ ମହାନ୍ତି, ସନଥ ବେହେରା, ବିଶିକେଶନ ଓରାମ୍, ବୁଲୁ ନାୟକ, ମଞ୍ଜୁ ଓରାମ, ଚିତ୍ତରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିବିରକୁ ବୁର୍ଲା ଡ଼ାକ୍ତରଖାନାର ରକ୍ତଭଣ୍ଡାର ପକ୍ଷରୁ ଡକ୍ଟର ସମ୍ବିତ କୁମାର ସାହୁ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, କରୁଣାକର ସାହୁ, ପ୍ରହଲ୍ଲାଦ ଭୋଇ, ସଞ୍ଜିବ୍ ବେହେରା ପ୍ରମୁଖ ରକ୍ତ ଦାନରେ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ