Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଶ୍ଚିମ ଓଡ଼ିଶାରେ ହେଵତ ବିକାଶ ପରିଷଦ ମୁଖ୍ୟାଳୟ !

ସମ୍ବଲପୁର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ ମୁଖ୍ୟାଳୟ ପରିଷଦ କେଉଁଠି କାର୍ଯ୍ୟ କରିବ ?ପରିଷଦ ଅନ୍ତର୍ଗତ ଅଞ୍ଚଳରେ ପ୍ରତିଷ୍ଠା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି। ପୂର୍ବରୁ ପରିଷଦ ଅନ୍ତର୍ଗତ ଅଞ୍ଚଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ନିର୍ମାଣ ପ୍ରସଙ୍ଗ ରେ ୨୦୨୧, ଡିସେମ୍ବର ୨୭ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ୨୦୨୧, ଡିସେମ୍ବର ୨୪ର ମେମୋରେ ଉଲ୍ଲେଖ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା। କିନ୍ତୁ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଅବଗତ କରାଯାଇଥିଲା | ଏଥି ସ‌ହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଇନ, ୨୦୦୦ରେ ଥିବା ବ୍ୟବସ୍ଥାର ଉଲଂଘନ କରି ପରିଷଦ କାର୍ଯ୍ୟ କରୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା | ୨୦୨୧, ଡିସେମ୍ବର ୨୭ଦିନ ଓ ଏହା ପରେ ଏହି ପ୍ରସଂଗରେ କଣ ଅଗ୍ରଗତି ହୋଇଛି ସେ ନେଇ ଦୁଇ ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ଜଣା ପଡିବା ପରେ ପଶ୍ଚିମ ଓଡ଼ିଶା ପ୍ରତି ଡବଲ ଇଂଜିନ ସରକାରଙ୍କ ଅସଲ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହେବାକୁ ଯାଉଛି। ପଶ୍ଚିମ ଓଡ଼ିଶାରେ ପରିଷଦ କାମ କରୁ ବୋଲି ବିଜେପି ବାରମ୍ବାର ଦାବି କରିଆସୁଥିବା ବେଳେ, ବର୍ତ୍ତମାନ ସରକାରକୁ ଆସିବା ପରେ ଦଳର ଅସଲ ଆଭିମୁଖ୍ୟ ୨ ସପ୍ତାହ କ’ଣ ଆନ୍ତରିକତା ଥିଲେ କାଳ ବିଳମ୍ଭ ହୋଇନପାରେ!ମାନ୍ୟବର ନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା ଉପରେ ପଶ୍ଚିମ ଓଡ଼ିଶାର ଭାବାବେଗ ପ୍ରତି ଡବଲ ଇଂଜିନ ସରକାରଙ୍କ ଅସଲ ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ।
ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ହିମାଂଶୁ ଭୂଷଣ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି I ଏପ୍ରିଲ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ତେଣୁ ରାଜ୍ୟ ସରକାର ସମୟ ନଗଡ଼ାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଆନ୍ତରିକତାର ସହିତ ଗ୍ରହଣ କରିନେବେ ବୋଲି ବୁଦ୍ଦିଜୀବୀ ମହଲରେ ଆଶା କରାଯାଉଛି।ଦାୟର ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ଆଇନ ଅନୁସାରେ ପଶ୍ଚିମ ଓଡ଼ିଶାରେ ପରିଷଦର ସ୍ଥାୟୀ ମୁଖ୍ୟାଳୟ ରହିବା କଥା | ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବେ ପରିଷଦ ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବା ଦୁଇ ଲୋକସଭା ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯିବା କଥା। କିନ୍ତୁ ଏସବୁକୁ କାର୍ଯ୍ୟକାରୀ କରାଯାଉ ନାହିଁ | ୨୦୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ ମୁଖ୍ୟାଳୟ ପରିଷଦ ଅନ୍ତର୍ଗତ ଅଞ୍ଚଳରେ ପ୍ରତିଷ୍ଠା ପ୍ରସଂଗରେ ନିଷ୍ପତ୍ତ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅଦାଲତ ଅବମାନନା ମାମଲାରେ ସରକାର ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ | ଏହାପରେ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ପରିଷଦ ଅନ୍ତର୍ଗତ ଅଞ୍ଚଳରେ ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ଆବେଦନକାରୀ ସାନି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି | ମାମଲାରେ ଉନ୍ନୟନ କମିସନର, ମୁଖ୍ୟ ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି।