ଗୁଦଗୁଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଦିବ୍ୟାଙ୍ଗ ଙ୍କ ଘର ଜଳିଗଲା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଦର ପଞ୍ଚାୟତ ଅନ୍ତର୍ଗତ କେନଝିରିଆପାଲି ଆର ଆଇ ଅଧିନସ୍ଥ ଗୁଦଗୁଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁତ ପନିପରିବା ବାଡା ପୋଡି ନଷ୍ଟ ହେବା ସାଙ୍ଗରେ ଗାଁ ର ଦେବାଧି ଘୁଟା ଙ୍କ ଦୁଇ ବଖରା ନଡ଼ା ଛପର କୁଡ଼ିଆ ଘର ଜଳି ପୋଡି ପାଉଁଶ ହୋଇଯାଇଛି l ମିଳିଥିବା ସୂଚନା ଅନୁସାରେ, ଉକ୍ତ ଗାଁ ର ରାଜୀବ ପୁଟା ଘରଇ କଲହକୁ ନେଇ ଗୁରୁବାର ଦିନ ୨ ଟା ସମୟରେ ଦେବାଧି ଙ୍କ ଘରେ ନିଆଁ ଲଗାଇ ଦେଇଥିବା ଗାଁ ଲୋକ ଙ୍କ ସହ ନିଜେ ଦେବାଧି ହରିହର ଯୋର ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ଫାଣ୍ଡି ଅଧିକାରୀ ବିଭୁ ଭୂଷଣ ବରାଳ ଖବର ପାଇ ନିଜ ଷ୍ଟାପ କୁ ନେଇ ନିଜେ ପ୍ରଥମେ ନିଆକୁ ଲିଭାଇବାକୁ ଚେଷ୍ଟା କରି ବୀରମହାରାଜପୁର ଦମକଳ ବାହିନୀ କୁ ଖବର ଦେଇଥିଲେ l ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା l ତାଙ୍କ ଧାନ ଚାଉଳ ସହ ଟଙ୍କା ଓ ଘର କରଣl ଆଦି ସବୁ ଜିନିଷ ନିଆଁ ରେ ପୋଡ଼ିଯାଇଥିବା ଅଭିଯୋଗ କରିଛନ୍ତି l ଦେବାଧି ଜଣେ ଗରିବ ଶ୍ରେଣୀ ର ହୋଇଥିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଙ୍କ କୌଣସି ଯୋଜନା ରୁ ଘର ଖଣ୍ଡିଏ ମଧ୍ୟ ପାଇପାରିନାହିଁ l ଘର ଭିତରେ ଥିବା ଦେବାଧି ର ସ୍ତ୍ରୀ ଓ ଶାଳୀ ଅଳ୍ପକେ ନିଆଁ ରୁ ବର୍ତ୍ତୀ ଯାଇଥିବା କହିଛନ୍ତି l ଏନେଇ କେନଝିରିଆପାଲି ଆର ଆଇ ରମାକାନ୍ତ ଜଗଦଳା ଙ୍କୁ ଖବର ଦେବାରୁ କାଲି ସକାଳେ ଆସି କ୍ଷୟ କ୍ଷତି ଆକଳନ କରି ତୁରନ୍ତ ତାଙ୍କୁ ପଲିଥିନ ଦେବାର ସୁବିଧା କରାହେବ ବୋଲି କହିଛନ୍ତି l ଦେବାଧି ଙ୍କ ରହିବା ପାଇଁ ମଧ୍ୟ ଆଉ ଘର ଖଣ୍ଡିଏ ନାହିଁ l ସେ ଅନ୍ୟ ଘର ବାରଣ୍ଡା ରେ ଯାଇ ନିଜ ପରିବା ସହ ରାତି କଟାଇବି ବୋଲି କହିଛନ୍ତି l ଜିଲ୍ଲା ପ୍ରଶାସନ ଉକ୍ତ ଗରିବ ଶ୍ରେଣୀର ଦୁଃଖ କୁ ଦୃଷ୍ଟି ରେ ରଖି ତୁରନ୍ତ ତାଙ୍କୁ କ୍ଷୟ କ୍ଷତି ସହ ପଲିଥିନ ଓ ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଯୋଜନାରୁ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଅଭିଯୋଗ କରିଛନ୍ତି l