Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା

ସମ୍ବଲପୁରୀ:ଶୁକ୍ରବାର ଦିନ, ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜ଼ିଲ୍ଲା ସ୍କୁଲରେ ଜ଼ିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜ଼ିଲ୍ଲାରେ ଅତିଥି ଭାବରେ ମାନ୍ୟବର ପଂଚାୟତି ରାଜ ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବିଭୁତି କଲ୍ୟାଣ ପଟେଲ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ପ୍ରତିନିଧୂ ଭାବେ ସୁଶ୍ରୀ ଶୁଭଶ୍ରୀ ମିଶ୍ର ଯୋଗଦାନ କରି ଥିଲେ.। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ରେଣୁବାଳା ନନ୍ଦ, ଏବଂ ଜିଲ୍ଲା ଶିକ୍ଷା ବିଭାଗ ର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଜୟଶ୍ରୀ ଦୋରା ଓ ଡ଼କ୍ଟର ମୁରଲୀଧର ବେହେରା, ଧନକଉଡ଼ାର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲୋକିତା ଦାଶ ମଂଚାସୀନ ଥିଲେ।ପ୍ରାଥମିକ ଶ୍ରେଣୀ ରେ ଶିକ୍ଷା ର ଗୁଣବତ୍ତା କୁ ବୃଦ୍ଧି କରା ଯିବା ସକାଶେ ନିପୁଣ ଭାରତ କାର୍ଯ୍ୟକ୍ରମ ଆଧାର ରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମଗ୍ର ସମ୍ବଲପୁର ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ବହୁ ସଂଖ୍ୟା ରେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ଯୋଗଦାନ କରି ଥିଲେ। ଏହି ଅବସର ରେ ବିଦ୍ୟାଳୟ ସ୍ତର ରେ ଶିକ୍ଷଣ ସ୍ତର କୁ ଅଧିକ ଭାବରେ ଆକର୍ଷଣୀୟ କିପରି କରାଯାଇ ପାରିବ, ସେ ସମ୍ବନ୍ଧରେ ଅଭିନବ ଶିକ୍ଷଣ ସାମଗ୍ରୀ ର ପ୍ରଦର୍ଶନୀ, ଶିଶୁ ବାଟିକା,ଆଲୋଚନା ଚକ୍ର, ଏବଂ ଶ୍ରେଣୀ ର ଶିକ୍ଷଣ କାର୍ଯ୍ୟକ୍ରମ କୁ ନେଇ ଅନେକ ଗୁଡିଏ କାର୍ଯ୍ୟକ୍ରମ ପ୍ରସ୍ତୁତ କରା ଯାଇ ଥିଲା। କାର୍ଯ୍ୟକ୍ରମକୁ ଅସୀମ ପ୍ରଧାନ ଏବଂ ସନ୍ଧ୍ୟା ପୃଷ୍ଟି,ସହଯୋଗୀତା କରି ଥିଲେ ଶ୍ରୀମତୀ ରଚନା ସିଂ ଏବଂ ସୁବାଷ ସାହୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ