Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହକୁଦ ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର:ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ମହୁକୁଦ ଗ୍ରାମ ସ୍ଥିତ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅଭିଭାବକ-ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ସୁହାସିନୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମହୁକୁଦ ଗ୍ରାମ କମିଟିର ପୂର୍ବତନ ସଭାପତି ନିରକାର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବରେ ମୋ ସ୍କୁଲ୍ ଅଭିଯାନର ସଭାପତି ସନ୍ତୋଷ କୁମାରବେହେରା, ସ୍କୁଲ୍ ପରିଚାଳନା କମିଟି ସଭ।ପତି ପ୍ରଦୀପ ନାଏକ ଓ ପୂର୍ବତନ ସଭାପତି ମନୋରଜନ ସାହୁ ଯୋଗଦେଇ ସ୍କୁଲ୍ ପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକ ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମ୍ପାନ ରେ ପ୍ରାୟ ୬୦ ଜଣ ଅଭିଭାବକ ତଥା ପିତାମାତା ଭାଗ ନେଇ ଥିବା ବେଳେ ଅତିଥି ଶିକ୍ଷକ ରିଙ୍କୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ସହକାରୀ ଶିକ୍ଷକ ସୌଭାଗ୍ୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ର ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ଦିଆଯାଇଥିଲା । ଛାତ୍ର ଛାତ୍ରୀ ମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ