Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୌଡ଼ପଡା ସେବାଶ୍ରମରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ

ସମ୍ବଲପୁର:ଗୌଡ଼ପଡ଼ା ସେବାଶ୍ରମ ବିଦ୍ୟାଳୟ ରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ଗୌଡ଼ପଡ଼ା ସେବାଶ୍ରମ ବିଦ୍ୟାଳୟ ରେ ତା ୨୯.୩.୨୫ରିଖ ଶନିବାର ଦିନ ଏକଆକର୍ଷଣୀୟ ପରିବେଶ ମଧ୍ୟରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର ପ୍ରଧାନଶିକ୍ଷକ ଶିବମୋହନ ସାହୁ ସଭାପତିତ୍ୱ କରି ଅଭିଭାବକ ଆମ ଅଂଶୀଦାର ଅଭିଜାନ ର ଉଦ୍ଦେଶ୍ୟ, ଅଭିଭାବକ ମାନଙ୍କରେ ଭୁମିକା ଓ ଅନ୍ତେବାସିନୀ ମାନଙ୍କର ସମସ୍ୟା ଓ ସୁରକ୍ଷା ପ୍ରସଙ୍ଗ ଉପରେ ‘ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ମୋ ସ୍କୁଲ୍ ଅଭିଯାନ ର ସଭାପତି ଅରୁଣ ସାହୁ ଓ ସମ୍ମାନିତ ଅତିଥିଭାବେ ଏସ୍ଏମ୍‌ସି ସଭାପତି ଯୋଗ ଦେଇ ଥିଲେ । ଆଗରୁ ହୋଇଥିବା ପ୍ରତିଯୋଗିତା ର ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏକ ଫଟୋ ଗ୍ୟାଲେରୀ ପ୍ରଦର୍ଶିତ ହୋଇଥିଲା । ଏହି ସମାବେଶ ରେ ବିଦ୍ୟୁତ ପ୍ରଭା ପ୍ରଧାନ ଓ ରୀତା ରାଣୀ ସାହୁ ସହଯୋଗ କରିଥିଲେ ।