ସମ୍ବଲପୁର:ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ତା ୨୯.୩.୨୫ ରିଖ ଶନିବାର ଦିନ +୩ କଳା ଓ ବିଜ୍ଞାନ ଶ୍ରେଣୀର ଶେଷ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବା ଅବସର ରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । + ୩ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ର ଛାତ୍ରୀ ବୃନ୍ଦ ତଥା ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନେ ଏହିି ସମାବେଶ ରେ ଭାଗ ନେଇଥିଲେ। ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ଵ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଦେବେଶ କୁମାର ବିଶ୍ଵାଳ ଓ ଶେଷଦେବ ବିଶ୍ୱାଳ ଶେଷବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ପରବର୍ତ୍ତୀ ଭବିଷ୍ଯତ ଜୀବନ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ନିବେଦନ କରିଥିଲେ । ଶେଷ ବର୍ଷ ର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ରେ ସେମାନଙ୍କର ଅନୁଭୂତି ଓ ସଫଳତା ବର୍ଣ୍ଣନା କରିଥିବା ବେଳେ ସେମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ
