ସରସ୍ଵତୀ ଶିଶୁମନ୍ଦିର ଜଗନ୍ନାଥପ୍ରସାଦରେ ରାଷ୍ଟ୍ରୀୟ ନବବର୍ଷ ପାଳନ


ସମ୍ବଲପୁର :ରବିବାର ଦିନ ସରସ୍ଵତୀ ଶିଶୁମନ୍ଦିର ଜଗନ୍ନାଥପ୍ରସାଦ ନାକ୍ଟିଦେଉଳ ପ୍ରାଙ୍ଗଣରେ ରାଷ୍ଟ୍ରୀୟନବବର୍ଷ ପାଳନ କରାଯାଇଛି । ମା ବାଗ୍ ଦେବୀଙ୍କ ନିକଟରେ
ନାକିଟିଦେଉଳ ପୂର୍ବତନ ସରପଞ୍ଚ ଦେବାର୍ଚ୍ଚନ ସାହୁ ଦ୍ବୀପ ପ୍ରଜ୍ବଳନ କରିଥିଲେ । ପୂର୍ବତନ ପରିଚାଳନା କମିଟିର
ସଭାପତି ବନମାଳୀ ମାଝୀ ଉପସ୍ଥିତ ଥିଲେ । ପ୍ରଧାନ
ଆଚାର୍ଯ୍ୟ ବିଜୟକୁମାର ସାହୁ ରାଷ୍ଟ୍ରୀୟ ନବବର୍ଷ ସମ୍ବନ୍ଧରେ ଶିଶୁ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଅତିଥି ମାନେ ଶିଶୁମାନଙ୍କୁ ରାଷ୍ଟ୍ରୀୟ ନବବର୍ଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଆଚାର୍ଯ୍ୟା ମମତା ଗୁରୁମା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ତା ଶିଶୁମାନେ ଗାଁ ପରିକ୍ରମା କରିଥିଲେ।