Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହିଦ ଭଗତ ସିଂହ ଏକ ନାମ ନୁହଁନ୍ତି ; ସେ ଏକ ବିପ୍ଳବ

ବୀରମହାରାଜପୁର : (ସୌମିତ୍ରି ମେହେର) ସହିଦ ଭଗତ ସିଂ କେବଳ ଗୋଟେ ନାମ ନୁହେଁ ସେ ହେଉଛନ୍ତି ଏକ ବିପ୍ଳବ । ସେ ନିଜର ଜନ୍ମଭୂମି ପାଇଁ ହସି ହସି ଜୀବନ ଦେଇଥିଲେ । ତାଙ୍କର ବ୍ୟକ୍ତିତ୍ବ ଏବଂ ଆଦର୍ଶ ସାଂପ୍ରତିକ ଛାତ୍ରଛାତ୍ରୀ ପାଇଁ ପ୍ରେରଣାଦାୟୀ ।ବୀରମହାରାଜପୁର ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ “Reformation Through Ideas :Decoding Bhagat Singh’s Idea On Contemporary Era” ଶୀର୍ଷିକ ଆଲୋଚନାଚକ୍ରରେ ନିମନ୍ତ୍ରିତ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।
ଶନିବାର ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀ ଅଧ୍ୟକ୍ଷତା କରିଥିବାବେଳେ ଇଂରାଜୀ ବିଭାଗର ଅଧ୍ୟାପକ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଅଧାପକ ବିଜୟ କୁମାର ପଧାନ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଅଧ୍ୟାପିକା ଡ. ବନ୍ଦିତା ବିଶ୍ୱାଳ, ହରପ୍ରିୟା ମହାପାତ୍ର, ଯାମିନୀ ଦାଶ , ସୁପ୍ରଭା ନନ୍ଦ ଅଧ୍ୟାପକ ଡ.ଶିଶିର ବଣିଆ , ସ୍ମୃତିରଞ୍ଜନ ଭରାସାଗର , ପ୍ରଭାତ କୁମାର ପୁରୋହିତ ପ୍ରମୁଖ ଆଲୋଚନା କରିଥିଲେ। ଏହି ଅବସରରେ ଯୁକ୍ତତିନି ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ରୀ ସୁପ୍ରଭା ନାଏକ ଓ ଗୀତାଞ୍ଜଳୀ କନୱାର ସଭା ପରିଚାଳନା କରିଥିଲେ । ଅଧ୍ୟାପକ ଡ.ଶିଶିର ବଣିଆ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ l