ସମ୍ବଲପୁର:କଳାହାଣ୍ଡିର ସମୃଦ୍ଧ ଇତିହାସ, ସଂସ୍କୃତି ଓ ଉନ୍ନତ କୃଷି ପ୍ରଣାଳୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି।ସେ କହିଛନ୍ତି ଯେ,ଆମ ସରକାର ହେଉଛି ଲୋକଙ୍କ ସରକାର। ଆଗାମୀ ଦିନରେ ସରକାର ଯିବେ ଲୋକଙ୍କ ପାଖକୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଭବାନୀପାଟଣାରେ ଓ ସମ୍ବଲପୁରରେ ମଧ୍ୟ ହେବ ବୋଲି ଘୋଷଣା କରିଥିଲେ। ଏହି ସମୟରେ ଉପସ୍ଥିତ ଜନସାଧାରଣ ଏହାକୁ ସ୍ୱାଗତ କରି ହୁଳହୁଳି ଓ କରତାଳି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଗାଁରେ ରହୁଥିବା ଲୋକଙ୍କର ଦୀର୍ଘ ଦିନର ସମସ୍ୟା ସବୁ ରହିଥିଲା । ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ସମସ୍ତେ କାର୍ଯ୍ୟରତ ଅଛୁ । ଆମ ସରକାର ହେଉଛି ଲୋକଙ୍କ ସରକାର । ଅନ୍ତ୍ୟୋଦୟ ଗୃହ ଯୋଜନା ହେଉ, କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଆମର କୌଣସି ଥିରେ ପାତର ଅନ୍ତର ରହିବ ନାହିଁ, କିମ୍ବା କୌଣସି ବ୍ୟତିକ୍ରମ ଘଟିବ ନାହିଁ । ଗ୍ରାମାଞ୍ଚଳବାସୀଙ୍କ ଯାହା ବି ମୌଳିକ ଆବଶ୍ୟକତା ରହିଛି, ତାହା ନିଶ୍ଚୟ ପୂରଣ ହେବ । ଗରିବ ଲୋକଙ୍କ ପ୍ରତି ଅବହେଳା କଲେ ସରକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।
କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଜୋଶୀ ଓ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ସରକାର ଯିବେ ଲୋକଙ୍କ ପାଖକୁ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ହେବ ଭବାନୀପାଟଣା ଓ ସମ୍ବଲପୁରରେ – ମୁଖ୍ୟମନ୍ତ୍ରୀ
