Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହାମ ଗ୍ରାମରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସହ ଆୟୁର୍ବେଦ ଚିକିତ୍ସାଳୟ ସ୍ଥାପନ ନେଇ ସିଡିଏମଓଙ୍କୁ ଦାବି ପତ୍ର

ସମ୍ବଲପୁର:ବାହାମ ଗ୍ରାମରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ଆୟୁର୍ବେଦ ଚିକିତ୍ସାଳୟ ସ୍ଥାପନ ସମ୍ବନ୍ଧରେ ଅନୁରୋଧ କରି
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।
ବାହାମ ଏବଂ ଏହି ଅଞ୍ଚଳର ମାଟିଡୁମ୍ବରୀ , ଡୁଙ୍ଗୁରୀପଡା ମାଲିମୁଣ୍ଡା, ଖଲିଆପାଲି , ପୁଡାପଡା ଏବଂ ଗିରିପଡା ଗ୍ ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି।ଏହି ଅଞ୍ଚଳର ଲୋକ ସ୍ୱାସ୍ଥ୍ୟସେବାର ଅଭାବରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଅପରିହାର୍ଯ୍ୟ ଚିକିତ୍ସା ସେବା ପାଇବା ପାଇଁ ଦୂରସ୍ଥ ଅଞ୍ଚଳକୁ ଯିବାକୁ ପଡ଼ୁଛି। ପଡିଆବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ଏହି ଚିକିତ୍ସାଲୟ ପ୍ରତି ଲୋକଙ୍କ ଭରସା ତୁଟିଲାଣି।ଫଳରେ ଅଂଚଳବାସୀଙ୍କୁ ଅନେକ ଅସୁବିଧା ଓ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବାହାମ ଗ୍ରାମରେ ଗୋଟିଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଟିକାକରଣ, ପ୍ରାଥମିକ ଚିକିତ୍ସା ଏବଂ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରିବାକୁ ଯାହା ଅଞ୍ଚଳବାସୀ ଦାବି କରିଛନ୍ତି।ଏପରିକି ବାହାମ ଗ୍ରାମରେ ଗୋଟିଏ ଆୟୁର୍ବେଦ ଚିକିତ୍ସାଳୟ ସ୍ଥାପନ ପାଇଁ ମଧ୍ୟ ଦାବି ପତ୍ରରେ ଉଲ୍ଲେଖ ରହିଛି।ଏଥି ପାଇଁ ଖାତା ନଂ. ୩୭୪, ପ୍ଲଟ୍ ନଂ. ୧୨୨୫, ମୌଜା ବାହାମ, ୨.୧୮ ଏକର ଜମି ଚକବନ୍ଧି ଦ୍ଵାରା ହସ୍ପିଟାଲ ପାଇଁ ଆବନ୍ତିତ କରାଯାଇଛି। ଏହି ଅଞ୍ଚଳର ଲୋକମାନେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ପ୍ରତି ଅଧିକ ବିଶ୍ୱାସ ଓ ଭରସା କରୁଥିବାରୁ ଏହି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସିଡିଏମଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରି ରାଜ୍ୟ ସରକାରଙ୍କୁ ସୁପାରିସ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ରହିଛନ୍ତି।