Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର:ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୧୯୪୪ଟି କାର୍ଯ୍ୟ ଆଦେଶ ବଣ୍ଟନ

ସମ୍ବଲପୁର: ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ପକ୍ଷରୁ ଆଜି କନ୍ଧମାଳ ର ଭବାନୀପାଟଣା କ୍ରିଷ୍ଣାନଗର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ଏହି ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ । ଏହି ପରିପ୍ରେକ୍ଷୀରେ, ସମ୍ବଲପୁର ର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ ଙ୍କ ପ୍ରତିନିଧି ଶ୍ରୀ ଶୁସିଲ କର, ରେଙ୍ଗାଲି ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ, ମାନ୍ୟବର ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର, ,ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଧନକଉଡା ମଣ୍ଡଳ ଉନ୍ନୟନ୍ ଅଧିକାରୀ ଶ୍ରୀ ଅନିଲ କୁଲ୍ଲୁ ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ) ନିଜ ଅଭିଭାଷଣରେ କହିଥିଲେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ସ୍ଵପ୍ନ ହେଉଛି ସମସ୍ତଙ୍କ ପାଖରେ ଗୋଟେ ପକ୍କାଘର ରହିବା ଦରକାର,କୌଣସି ବି ପରିବାର ଏଥିରୁ ବଞ୍ଚିତ ନହୁଅନ୍ତୁ। ସେଥିପାଇଁ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ସରକାର ଙ୍କ ପକ୍ଷ ରୁ ପକ୍କାଘର ଯୋଗାଇ ଦିଆଯାଉଛି। ଅନ୍ତ୍ୟୋଦୟ ଗୃହ ଯୋଜନା ରେ ସାମାଜିକ ଅନଗ୍ରସର, ଶାରୀରିକ ଭିନ୍ନକ୍ଷମ, ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ, କ୍ୟାନସର ଭଳି ରୋଗରେ ପୀଡିତ ବ୍ୟକ୍ତି ଆଦି ବର୍ଗ ର ଗୃହଶୂନ୍ୟ ବ୍ୟକ୍ତିଙ୍କୁ ସାମିଲ କରାଯିବ । ସମ୍ବଲପୁର ଜିଲ୍ଲାର ର ପ୍ରାୟ ପ୍ରାୟ ୨୦୭୦ ଟି ବ୍ୟକ୍ତି ଙ୍କୁ ଏହି ଯୋଜନାରେ ଅନୁମୋଦନ ମିଳିଛି ଓ ଏଥି ମଧ୍ୟରୁ ପ୍ରାୟ ୧୯୪୪ ଟି କାର୍ଯ୍ୟ ଆଦେଶ(WORK ORDER) ପ୍ରଦାନ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଆଗାମୀ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ପ୍ରତିଘରକୁ ସରକାର ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜୋନ ଯଥା-ଉଜ୍ଵଳା ଯୋଜନା ମାଧ୍ୟମରେ ପ୍ରତି ଘରକୁ ଗ୍ଯାସ ର ଯୋଗାଣ, ପିଏମ ସୂର୍ୟ ଘର ଯୋଜନାରେ ବିଜୁଳିର ବ୍ୟବସ୍ଥା,ସ୍ୱଚ୍ଛ ଭାରତ ମିଶନ ରେ ଶୌଚଳୟର ବ୍ୟବସ୍ଥା ଆଦି ଏକୀକୃତ ଉପାୟ ରେ ସଂଯୋଗ କରି ସମନ୍ୱିତ ବିକାଶ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ। ସୂଚନା ଅନୁଯାୟୀ ଏହି ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ବାମରା – ୨୪୪, ଧନକଉଡା – ୧୩୧, ଜମନକିରା – ୩୧୦, ଯୁଜୁମରା – ୨୩୧,କୁଚିଣ୍ଡା – ୨୪୬, ମାନେଶ୍ବର – ୧୭୯, ନାକଟିଦେଉଳ- ୨୦୭, ରେଢ଼ାଖୋଲ – ୧୭୯, ରେଙ୍ଗାଲି ଟିକୁ– ୨୧୭ ଜଣ ହିତାଧିକାରୀ ଲାଭାନିତ୍ଵ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ