Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ

ସମ୍ବଲପୁର:ଶନିବାର ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ସମବାୟ ବିଭାଗ ତରଫରୁ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ନାଉରି ନାୟକ, ପୂର୍ବତନ ବିଧାୟକ , ରେଙ୍ଗାଲି ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି, ବିଧାୟକ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ସୁଶ୍ରୀ ଶୁଭଶ୍ରୀ ମିଶ୍ର , ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀଯୁକ୍ତ ନାଗେନ୍ଦ୍ର ପ୍ରଧାନ, ଉପନିର୍ଦେଶକ ମତ୍ସ୍ୟ ବିଭାଗ, ସମ୍ବଲପୁର ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିବା ସ୍ଥଳେ, ଡ଼. ମିଳି ସାହୁ , ଅଧ୍ୟାପିକା, ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ, ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପଣ୍ଡା, ଉପନିବନ୍ଧକ ସମବାୟ ସମିତି ସମୂହ, ସମ୍ବଲପୁର ବିଭାଜନ ,ସମ୍ବଲପୁର ସଭାର ସଭାପତିତ୍ୱରେ କରି ସମବାୟ ବିଭାଗ ଦ୍ୱାରା ସମବାୟ ସମିତି ମାନଙ୍କ ଜରିଆରେ କାର୍ଯ୍ୟ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରାରମ୍ଭିକ ସୁଚନା ଉପସ୍ଥାପିତ କରିଥିଲେ , ଉକ୍ତ ସଭାର ମୁଖ୍ୟ ବିଷୟ ବସ୍ତୁ ସମବାୟର ମହିଳା ମାନଙ୍କ ଭୂମିକା ତଥା ନାରୀ ସଶକ୍ତିକରଣ ରେ ସମବାୟ ର ଭୂମିକା ସମ୍ବନ୍ଧରେ ଅତିଥି ମାନେ ତଥା ମୁଖ୍ୟ ବକ୍ତା ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରେ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମାଧ୍ୟମରେ ୪ ଗୋଟି ମହିଳା ସ୍ଵଂଗ ସହାୟକ ଗୋଷ୍ଟି ମାନଙ୍କୁ ରୁଣ ପ୍ରଦାନ କରାଗଲା, ଏବଂ ଶ୍ରୀ ଶକ୍ତି ବହୁମୁଖୀ ମହିଳା ସମବାୟ ସମିତି ମାଧ୍ୟମରେ ୨ ଗୋଟି ସ୍ଵଂଗ ସହାୟକ ଗୋଷ୍ଟି କୁ ମଧ୍ୟ ଋଣ ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ସଞ୍ଜୟ କୁମାର ତ୍ରିପାଠୀ, ବରିଷ୍ଠ ସହକାରୀ ସମବାୟ ନିବନ୍ଧକ, ରେଢ଼ାଖୋଲ ମଣ୍ଡଳ, ରେଢ଼ାଖୋଲ ଧନ୍ୟବାଦ ଅର୍ପଣ କରିଥିଲେ , ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ନୃତ୍ୟ, ଓଡିଶୀ ନୃତ୍ୟ, କଥକ ନୃତ୍ୟ, ବଙ୍ଗାଳି ନୃତ୍ୟ ଇତ୍ୟାଦି ନୃତ୍ୟ ପରିବେଷଣ କରିବା ସହିତ ଶ୍ରୀ ବିଭୁତି ଭୂଷଣ ଦାସ ଓ ଶ୍ରୀ ଅଜିତ କୁମାର ବଗର୍ତି ସଂଗୀତ ପରିବେଷଣ କରିଥିଲେ, କାର୍ଯ୍ୟକ୍ରମର ଆୟୋଜନରେ ଶ୍ରୀ ସୁଶୀଲ କୁମାର ମିଶ୍ର, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମରେଈ, ଶ୍ରୀ ନରେନ୍ଦ୍ର ପଣ୍ଡା, ଶ୍ରୀ ରାଜନ ସାହୁ, ଶ୍ରୀ ଅମିତ ଘଡେଇ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ