ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ମେରିଡିଏନ ଭେଲି ପବ୍ଲିକସ୍କୁଲ ର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସ୍କୁଲ ର ପ୍ରତିଷ୍ଠାତା ତଥା ଅଧକ୍ଷ ବିକ୍ରମ ପୁରୋହିତ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଭୂଷଣ କୁମାର ପାତ୍ର , ସମ୍ମାନୀୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ପୁରନ୍ଦର ପୁରୋହିତ , ବାଗବର ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେଶ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସତ୍ୟବାନ ପୁରୋହିତ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ପାରିଦର୍ଶିତା ହାସଲ କରି ଆଗକୁ ଯିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ୱାରା ପୁରସ୍କୃତ କରାଯାଇଥିଲା l ପରେ ପରେ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏହି ସଭାରେ ସ୍କୁଲ ର ଅଚ୍ୟୁତାନନ୍ଦ ସେଠି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ମଣ୍ଟୁ ରଣା ବାର୍ଷିକ ବିବରଣୀ ପାଠ କରିଥିଲେ । ମେରିଡିଏନଭେଳି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗୀତାରାଣୀ ପୁରୋହିତ ଅତିଥି ପରିଚୟ ଓ ଧନ୍ଯବାଦ୍ ଜ୍ଞାପନ କରିଥିଲେ l
ବୀରମହାରାଜପୁର ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ
