Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲ୍ଯାଣ ମଣ୍ଡପ ରେ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟ ସରକାର ଆଜି କଳାହାଣ୍ଡି ଭବାନୀ ପାଟଣା ଠାରେ ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ଉପସ୍ଥିତ ରେ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି l ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସହାୟ, ଭିନ୍ନକ୍ଷମ ସମାଜ ର ଶେଷ ଧାଡିରେ ରହିଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ବାସସ୍ଥାନ ସୁନିଶ୍ଚିତ କରିବା ପାଇଁ ଆଜି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ l ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବୀରମହାରାଜପୁର ବିଡ଼ିଓ ରାଜୀବ କୁମାର ହାଂସଦା ଙ୍କ ଉଦ୍ୟମ କ୍ରମେ ଆୟୋଜିତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା, ସାଂସଦ ଙ୍କ ପ୍ରତିନିଧି ନଳିନୀ ପଣ୍ଡା , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ସରପଞ୍ଚ ସଂଘ ସଭାପତି ଶ୍ରୀୟା କର୍ମୀ , ଏବିଡ଼ିଓ ପୁରୁଷୋତ୍ତମ ଧରୁଆ ପ୍ରମୁଖ ଯୋଗଦେଇ ୫୮ ଜଣଙ୍କୁ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିଲେ l ବ୍ଲକ ର ସମସ୍ତ ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ସମେତ ଶତାଧିକ ଜନସାଧାରଣ ଯୋଗଦାନ କରିଥିଲେ l ଶେଷରେ ଅଶୋକ କୁମାର ସାହୁ ଓ ସାଥି ଙ୍କ ଦ୍ୱାରା ପାଲା ପରିବେଷଣ କରାଥିଲା l