Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସମାସ’ ଅନୁଷ୍ଠାନର ବାର୍ଷିକ ଉତ୍ସବ

୩୦/୦୩: ଭୁବନେଶ୍ୱର
‘ସମାସ’ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ଭୁବନେଶ୍ବରସ୍ଥ ପାନ୍ଥନିବାସଠାରେ ତା ୩୦/୦୩/୨୦୨୫ରିଖ ଦିନ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମିଶ୍ରଙ୍କ ସଭାପତିତ୍ବରେ ନୂତନ କାର୍ଯ୍ୟକାରୀ ପରିଷଦ ଗଠିତ ହୋଇଥିଲା ଏବଂ ତାହା ସାଧାରଣ ପରିଷଦର ସଦସ୍ୟ ମାନଙ୍କ ଦ୍ବାରା ସର୍ବସମ୍ମତିକ୍ରମେ ଅନୁମୋଦିତ ହୋଇଥିଲା। କବିତା ପାଠୋତ୍ସବ ଅଧିବେଶନରେ ବିଶିଷ୍ଟକବି ଡକ୍ଟର ଭଗବାନ ଜୟସିଂ, ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମିଶ୍ର, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, କବୟିତ୍ରୀ ବ୍ରଜେଶ୍ବରୀ ବେହେରା ଓ ସୁଶ୍ରୀ ଆଲୋକିତା ମିଶ୍ର ସ୍ବରଚିତ କବିତା ପାଠ କରିଥିଲେ। ସଭା ପରିଶେଷରେ ଶ୍ରୀଯୁକ୍ତ ବଦ୍ରି ପ୍ରସାଦ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ