ରାୟଗଡ଼ା : ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଅଲ୍ ଓଡିଶା ସିଆରପି ସିଏମ ଆସୋସିଏସନ୍ ରାୟଗଡା ଜିଲ୍ଲାର ଏକ ସାଧାରଣ ସଭା ରାୟଗଡ଼ା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ରୁପେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗଦାନ କରି ଭାରତୀୟ ମଜଦୂର ସଂଘର ନିତି ନିୟମ ଓ ଆଦର୍ଶ ସହ କର୍ତ୍ତବ୍ଯ ଓ ଅଧିକାର ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ଯ ବକ୍ତା ରୁପେ ଅଲ୍ ଓଡିଶା ସିଆରପି ସିଏମ ଆସୋସିଏସନ୍ ର ସାଧାରଣ ସମ୍ପାଦିକା ତୁଳସୀ , ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଯୋଗଦାନ କରିଥିଲେ ।ନିକଟରେ ସିଆରପି ଭଉଣୀ ମାନଙ୍କ ର ବିଭିନ୍ନ ସମସ୍ୟା ଦେଖାଦେଇଥିଲା ସଂଘର କର୍ମକର୍ତ୍ତାମାନେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ବା ସହ ଆଲୋଚନା କରିଥିଲେ ଫଳ ସ୍ଵରୁପ ସିଆରପି ଭଉଣୀ ମାନଙ୍କ ଦେଖା ଦେଇଥିବା ସମସ୍ୟା ସମାଧାନ ସହ ବକେଅୟା ବେତନ ମିଳିଥିଲା ନିକଟରେ ସରକାରଙ୍କ ତରଫରୁ ଭୂବନେଶ୍ବର ସ୍ଥିତ ରାଜ୍ଯ ସରକାର ଙ୍କର ଅତିଥି ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସରକାରଙ୍କ ର ସୁଭଦ୍ରା ଯୋଜନା କୁ ସଫଳ ରୂପାୟନ କରିବା ପାଇଁ ଉପଦେଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଭାଗୀୟ ସଚିବ ନିର୍ଦ୍ଦେଶକଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲା ରେ ସଂଗଠନକୁ ସୁଦୃଢ କରିବା ପାଇଁ ନୂତନ କମିଟି ଚୟନ କରାଯାଇଥିଲା । ସଭାନେତ୍ରୀ ଭାବେ ଭାରତୀ ନାୟକ, ଉପସଭାନେତ୍ରୀ ପଙ୍କଜିନୀ ନାଗ , ସମ୍ପାଦିକା ଗୋଲିଆଥ ବ୍ରେକ ବେଢ଼ା , ସହ ସମ୍ପାଦିକା ମାଧୁରୀ ଲତା ଅନ୍ଧାର ସିଂ , କୋଷାଧ୍ୟକ୍ଷ ଯାଗାମା ପ୍ରେସିକା , ସଙ୍ଗଠନ ସମ୍ପାଦିକା ସୁସ୍ମିତା ପ୍ରଧାନୀଙ୍କ ସହ ୧୧ ଟି ବ୍ଳକରୁ ୧୧ ଜଣକୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ର ଆନନ୍ଦ ରାଉଳ , ପ୍ରଦୀପ କୁମାର ସାହୁ , ତପନ କୁମାର କାଡ୍ରାକାଙ୍କ ସହ ରାୟଗଡ଼ା ଜିଲ୍ଲା ର ସମସ୍ତ ବ୍ଳକରୁ ୨୬୦ ରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ।
ରାୟଗଡ଼ା ଜିଲ୍ଲା ସିଆରପିସିଏମ ଆସୋସିଏସନ୍ ର ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା
