ମେଷ: ଦୀର୍ଘଦିନର ଆଶା ପୂରଣ ହେବ। ମନ ପ୍ରସନ୍ନ ରହିବ। ତେବେ ଭ୍ରମଣ ସମୟରେ ନିଜର ମୂଲ୍ୟବାନ ଜିନିଷ ଗୁଡିକୁ ନିଜ ଯତ୍ନରେ ରଖିବା ଉଚିତ।
ବୃଷ: ଆଜି ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। କୋର୍ଟ ମାମଲାରେ ସଫଳତା ହାସଲ କରିବେ। ମହିଳାମାନେ କିଣାକିଣିରେ ଅଧିକ ଖର୍ଚ୍ଚ କରିବେ।
ମିଥୁନ: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛା କରିବେ। କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ।
କର୍କଟ: ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତିରେ ବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଫଳପ୍ରଦ ହୋଇ ନ ପାରେ।
ସିଂହ: ପୁରାତନ ରୋଗର ପୀଡା ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ବ୍ୟବସାୟରେ ପ୍ରତିବନ୍ଧକ କାରଣରୁ ସଫଳତା ହାସଲ କରିପାରିବେ ନାହିଁ।
କନ୍ୟା: ଭାଇଭଉଣୀଙ୍କ ମଧ୍ୟରେ ଭୁଲ ବୁଝମଣା ଦୂର ହେବ। ସକାରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରିବେ। ନିବେଶ ପାଇଁ ଅନୁକୂଳ ସମୟ ନୁହେଁ।
ତୁଳା: କର୍ମକ୍ଷେତ୍ରରେ ତରତର ହେଲେ କାମ ବିଗିଡ଼ିଯାଇପାରେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଅଯଥା ତଥା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବିଛା: ଅଫିସ୍ କାର୍ଯ୍ୟ ଠିକ୍ ସମୟରେ ପୂରା କରିବେ। ବରିଷ୍ଠ ଅଧିକାରୀ କାମ ପାଇଁ ପ୍ରଶଂସା କରିବେ। ତୈଳାକ୍ତ ଖାଦ୍ୟ ପଦାର୍ଥରୁ ଦୂରେଇ ରହିବେ।
ଧନୁ: ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନରେ ମଜ୍ଜି ରହିବେ । ଆଧ୍ୟାତ୍ମିକ ପରିବେଶରେ ସତ୍ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ କଟିବ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ କରିବେ ।
ମକର: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ ।
କୁମ୍ଭ: ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନ: ମନ ପ୍ରସନ୍ନ ରହିବ। ନୂଆ ଯୋଜନା ସହ କାମ ଆରମ୍ଭ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।