Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୃଦ୍ଧ ରାଷ୍ଟ୍ର ଗଠନ ରେ ସାହିତ୍ୟ ଓ ସଂସ୍କୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସମ୍ବଲପୁର:ଅନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର,ସମ୍ବଲପୁର ଶାଖା ତରଫରୁ ଜିଲ୍ଲା ସଂଯୋଜିକା ତଥା ଜିଲ୍ଲା ପ୍ରମୁଖ ଶ୍ରୀମତୀ ପଙ୍କଜିନୀ ନାୟକଙ୍କ ସଭାପତିତ୍ୱ ରେ ରେ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ସାହିତ୍ୟ ସଭା ରେ ବରଗଡ ,ଛତିଶଗଡ ଓ ସମ୍ବଲପୁର ସହରର ଚାଳିଶ ଜଣ କବି ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର ସଂଗଠନ ପ୍ରମୁଖ ଶ୍ରୀମତି ମମତା ପଣ୍ଡା (ଭୁବନେଶ୍ବର )ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ । ସେ ସଂଗଠନର ଉଦ୍ଦେଶ୍ଯ ଭାରତର ସାଂସ୍କୃତିକ ପୁନଃ ଜାଗରଣ,ମାତୃଶକ୍ତି ଉନ୍ନୟନ, ପ୍ରତିଭା ଉନ୍ନୟନ, ରାଷ୍ଟ୍ରୀୟ ଚେତନା ଜାଗୃତି,ସନାତନ ସଂସ୍କୃତିର ମୌଳିକ ବିନ୍ଦୁ ର ସଂରକ୍ଷଣ,ସମ୍ବର୍ଦ୍ଧନ,ପ୍ରଚାର ଓ ବିକାଶ ଉପରେ ନିଜର ବକ୍ତବ୍ଯ ରଖିଥିଲେ । ନିତ୍ୟାନନ୍ଦ ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ଗଠନ ରେ ସାହିତ୍ୟ ଓ ସଂସ୍କୃତି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ l ଏହି ସାରସ୍ୱତ ଉତ୍ସବ ରେ କବି ଫଣିନ୍ଦ୍ର ଠେଲା,ସୁଶିଲ କୁମାର ମାଝୀ,ପ୍ରଦୀପ ପଣ୍ଡା,କଳ୍ପନା ମହାପାତ୍ର,ସିଦ୍ଧି ସ୍ବରୂପା ପାଢ଼ୀ,ସବିତା ମିଶ୍ର,ସୁପ୍ରିୟା ଦାସଙ୍କୁ “ବସୁନ୍ଧରା ସାହିତ୍ଯ ସମ୍ମାନ – ୨୦୨୫”ସମ୍ମାନରେ ସମ୍ମାନିତ କରାଯାଇ ଥିଲା । ପ୍ରଣତି ପଟ୍ଟନାୟକ ଏବଂ କମଲ ଲୋଚନ ପଣ୍ଡା କବିତା ସଂଯୋଜନା ରେ ଆୟୋଜିତ କବିତା ପାଠୋତ୍ସବ ରେ କବି ସନ୍ତୋଷିନୀ ନେପାକ, ସୂର୍ଯ୍ୟ ପାଣିଗ୍ରାହୀ, ମମତା ନାଥ, ଲଳିତ ମୋହନ ବେବାର୍ତ୍ତା, ଜୟକୃଷ୍ଣ ବେହେରା, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ପ୍ରଦୀପ ଯୋଶୀ, ବିଭୁତି ମିଶ୍ର, ସନତ ସାହୁ, ନିତେଇ ଚରଣ ସରାଫ, ଗୋବିନ୍ଦ ମହାରଣା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ସୌମ୍ୟରଞ୍ଜନ ପଣ୍ଡା,ଜଗତରାମ ପଣ୍ଡା,ଶୁଭମ ସାହୁ,ମିନତୀ ସ୍ବାଇଁ ପ୍ରମୁଖ ପରିତାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ