Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷକୁ ଚେତାବନୀ; ଯୁଦ୍ଧ ବନ୍ଦ ନହେଲେ ତେଲ ଉପରେ ଲାଗିବ ୨୫% ଟାରିଫ୍

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉ ନାହିଁ। ଏପରି ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷକୁ ଚେତାବନୀ ଦେଇ ଯୁଦ୍ଧ ରୋକିବାକୁ ପରାମର୍ଶ ଦେଇଛନ୍ତି। ସେ ଏହି ବିଷୟରେ ଆଲୋଚନା କରି କହିଥଲେ ଯେ ଯଦି ମସ୍କୋ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ପ୍ରୟାସରେ ବାଧା ସୃଷ୍ଟି କରେ  ତେବେ ସେ ଋଷୀୟ ତୈଳ ଉପରେ ୨୫% ରୁ ୫୦% ପର୍ଯ୍ୟନ୍ତ ଦ୍ୱିତୀୟ ଶୁଳ୍କ ଲାଗୁ କରିବେ।

ଯଦି କୌଣସି ଅସ୍ତ୍ରବିରତି ନହୁଏ, ତେବେ ସେ ଏକ ମାସ ମଧ୍ୟରେ ଏହାକୁ  କାର୍ଯ୍ୟକାରୀ କରାଇଦେବେ। ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ପରେ ଟ୍ରମ୍ପ ରାଗିଯାଇଥିଲେ। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପ ଋଷ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ଜାନୁଆରୀ ୨୦ ତାରିଖରେ ପଦ ସମ୍ଭାଳିବା ପରଠାରୁ ସେ ଏଥିପାଇଁ ବିଭିନ୍ନ ପ୍ରୟାସ ମଧ୍ୟ ଚଲାଇଛନ୍ତି।  ଏଥିମଧ୍ୟରେ ଟ୍ରମ୍ପ ୟୁକ୍ରେନରେ ନୂତନ ନିର୍ବାଚନ ପାଇଁ ମଧ୍ୟ ଦାବି କରିଛନ୍ତି।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ରୁଷ ଏବଂ ମୁଁ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାରେ ଅସମର୍ଥ ହେଉ ତେବେ ଏଥିପାଇଁ ମସ୍କୋ ହିଁ ଦାୟୀ ହେବ ଓ ଋଷରୁ ବାହାରୁଥିବା  ସମସ୍ତ ତେଲ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରାଯିବ ବୋଲି କହିଛନ୍ତି। ଅର୍ଥାତ୍ ଯଦି କେହି ଋଷରୁ ତେଲ କିଣନ୍ତି, ତେବେ ସେ ଆମେରିକାରେ ବ୍ୟବସାୟ କରିପାରିବେ ନାହିଁ ଓ ସମସ୍ତ ପ୍ରକାରର ତେଲ ଉପରେ ୨୫% ରୁ ୫୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ। ଯଦି ପୁତିନ ସଠିକ୍ ପଦକ୍ଷେପ ନେଇ କାର୍ଯ୍ୟ କରିବେ ତେବେ ସମ୍ପର୍କ ରେ ସୁଧାର ଆସିଯିବା କଥା ଟ୍ରମ୍ପ କହିଛନ୍ତି।