କେନ୍ଦୁଝର/ପିପିଲି: ପୁଣି ଦୁଷ୍କର୍ମ । ଯୌନ ରାକ୍ଷସଙ୍କ ଶିକାର ହେଲେ ଦୁଇ ନାବାଳିକା । ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ଆଉ ଜଣଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି । ଏମିତି କିଛି ଲଜ୍ୟାଜନକ ଖବର କେନ୍ଦୁଝର ଓ ପିପିଲିରୁ ଆସିଛି ।
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏ ସମ୍ପର୍କରେ ଅଭିଯୋଗ ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।
ସେହିପରି ପିପିଲିରୁ ବି ଦୁଷ୍କର୍ମ ଅଭିଯୋଗ ଆସିଛି । ଅଞ୍ଚଳର ଜଣେ ୭ ବର୍ଷୀୟ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାଆ । ଅଭିଯୋଗ ଆଧାରରେ ପିପିଲି ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଭିଯୁକ୍ତଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏପଟେ ଅଭିଯୁକ୍ତ ବିରୋଧରେ ପୂର୍ବରୁ ଏଭଳି ଅଭିଯୋଗ ଆସିଥିବା ଶୁଣିବାକୁ ମିଳୁଛି ।