Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୀମସାର କର୍ତ୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟର ଭର୍ସନା, ବ୍ୟକ୍ତିଗତ ଉପସ୍ଥିତି ପାଇଁ ନିର୍ଦେଶ

ସମ୍ବଲପୁର:ଆଜି ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଜଷ୍ଟିସ ଜେ. କେ ମାହେଶ୍ୱରୀ ଏବଂ ଜଷ୍ଟିସ ଅରବିନ୍ଦ କୁମାର ଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୦୭ ରେ ଭିମସାର , ବୁର୍ଲା ହସ୍ପିଟାଲ କର୍ତୃପକ୍ଷ ଙ୍କ ଦ୍ଵାରା ବେଆଇନ ଭାବେ ଛଟେଇ ହେଇଥିବା ଶ୍ରମିକ ମାନଙ୍କ ମାମଲା ରେ ହସ୍ପିଟାଲ୍ କର୍ତୃପକ୍ଷ ଙ୍କ ଦ୍ଵାରା ଫାଇଲ କର ଯାଇଥିବା affidavit କୁ ନେଇ କଡ଼ା ସମାଲୋଚନା କରିବା ସହିତ ଆଗାମୀ ଶୁଣାଣୀ ରେ ହସ୍ପିଟାଲ୍ କର୍ତ୍ତୃପକ୍ଷ (Dean/Principal ) ଙ୍କୁ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବା ପାଇଁ ଆଦେଶ ଦେଇଛନ୍ତି l ଆବେଦନକାରୀ ରେବତୀକାନ୍ତ କଲେତ ୨୦୦୦ ରୁ ୨୦୦୭ ପର୍ଯ୍ୟନ୍ତ ସ୍ଵିପର ଭାବରେ, ଶମ୍ଭୁନାଥ ସାହୁ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ଶ୍ରମିକ ଭାବରେ ଏବଂ କ୍ଷୀରୋଦ କୁମାର ସାହୁ ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ electrician ଏବଂ ଲେଡିସ୍ ହଷ୍ଟେଲ ଜଗୁଆଳି ଭାବରେ ଦୀର୍ଘ ଦିନ ଧରି ହସ୍ପିଟାଲ୍ କର୍ତ୍ତୃପକ୍ଷ ଙ୍କ ନିକଟ ବିନା ଦରମାରେ କାର୍ଯ କରୁଥିଲେ l ସେମାନଙ୍କୁ ପରେ ସ୍ଥାୟୀ ନିଯୁକ୍ତି ର ପ୍ରତିଶ୍ରୁତି ଦେଇ ଦୈନିକ ୪୦ ଟଙ୍କା ମଜୁରୀ ରେ ସପ୍ତାହକୁ ଦୁଇ ଦିନ ପାଇଁ ନିଯୁକ୍ତ କରlହେଇଥିଲା l ହସ୍ପିଟାଲ୍ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ତାଙ୍କଠାରୁ ସେବା ଗ୍ରହଣ କଲାପରେ ବେଆଇନ ଭାବରେ ୨୦୦୭ ମସିହା ରେ କାମରୁ ବାହାର କରିଦେଇଥିଲେ l ଏହା ବିରୁଦ୍ଧ ରେ ସେମାନେ ଶ୍ରମ ଅଦାଲତ ର ଦ୍ବାରସ୍ଥ ହେଇଥିଲେ ଏବଂ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ମଧ୍ଯ ଦ୍ୱାରସ୍ଥ ହୋଇଥିଲେ l ଉଭୟ ଅଦାଲତ ତାଙ୍କ ସପକ୍ଷ ରେ ନିଜସ୍ଵ ରାୟ ଦେଲା ପରେ ମଧ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କୁ ନିଯୁକ୍ତି ନଦେବାରୁ ସେମାନେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ l ମାନ୍ୟବର ସୁପ୍ରିମକୋର୍ଟ ଗତ ୩ ମାର୍ଚ୍ଚ ରେ ତାଙ୍କ ଆଦେଶ ରେ ତିନି ଆବେଦନକାରୀ ଙ୍କୁ ତୁରନ୍ତ ନିସର୍ଥମୂଳକ ଭାବରେ ପୁନଃନିଯୁକ୍ତି ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଯାହାର ଉପେକ୍ଷା କରି ହସ୍ପିଟାଲ୍ କର୍ତ୍ତୃପକ୍ଷ ପୂର୍ବବତ ସପ୍ତାହକୁ ଦିଦିନ ପାଇଁ ତ ମଧ୍ୟ ସର୍ତମୂଳକ ଭାବରେ ମାମଲା ର ଶୁଣାଣୀ ପର୍ଯ୍ୟନ୍ତ ନିଯୁକ୍ତ କରିଥିଲେ ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଥିଲେ l ମାମଲା ର ଆଗାମୀ ଶୁଣାଣୀ ଆଗାମୀ ସପ୍ତାହ ପାଇଁ ଧାର୍ଯ୍ୟ କରାଯାଇଛି l ଆବେଦନକାରୀ ଙ୍କ ତରଫରୁ ସୁପ୍ରିମ କୋର୍ଟରେ ମାମଲା ର ପରିଚାଳନା ଡ. କେଦାରନାଥ ତ୍ରିପାଠୀ, ଜ୍ଞାନଦତ୍ତ ଚୌହାନ ଏବଂ ଆଦିତ୍ୟନାରାୟଣ ତ୍ରିପାଠୀ କରୁଛନ୍ତି।