ଖିଦମଦ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଫଳ ବଣ୍ଟନ


ସମ୍ବଲପୁର:ପବିତ୍ର ଇଦ ପର୍ବ ଉପଲକ୍ଷେ ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଖିଦମଦ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ବିଭିନ୍ନ ୱାର୍ଡ ର ରୋଗୀ ଓ ପରିଜନଙ୍କୁ ଫଳ ଏବଂ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି,ଏହା ସାଧାରଣରେ ବେଶ ପ୍ରଶଂସା ପାଇଛି।ସହରରେ ଭାଇଚାର ଓ ଏକତା ବଜାୟ ରଖିବା ଏକ ଛୋଟ ପ୍ରୟାସ ବୋଲି କମିଟି ତରଫରୁ କହିଛନ୍ତି।ଏହି ଅବସରରେ କମିଟିର ସଭାପତି ମହମ୍ମଦ ଫାରୁକ,ସମ୍ପାଦକ ମହମ୍ମଦ ଜାବେଦ,ମହେଶ ସତ୍ୟ, ବିଟୁ ସିଂ,ଏମ ଡି ମୁକ୍ତାର,ଏମ ଡି ସମିମ ଙ୍କ ସହ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।