Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ- ୨୦୨୫ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ

ସମ୍ବଲପୁର:ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ୨୦୨୪ କୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ମଙ୍ଗଳବାର ୫ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସଚୀନ ରାମଚନ୍ଦ୍ର ଜାଧବ ଆଇ.ଏ.ଏସ , ପୋଲିସ ଆଇ.ଜି ଶ୍ରୀ ହିମାଂଶୁ ଲାଲ ଆଇ.ପି.ଏସ , ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ସ ଙ୍କ, ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ମୁକେଶ କୁମାର ଭାମୂ ଆଇ.ପି.ଏସ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ବେଦଭୂଷଣ ଆଇ.ଏ.ଏସ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ ପାତ୍ର, ଉପ-ଜିଲ୍ଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା , ସି.ଡ଼ି .ଏମ .ଓ ସୁଜାତା ରାଣୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।
ଉକ୍ତ ବୈଠକ ରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ କହିଲେ ଯେ, ହନୁମାନ ଜୟନ୍ତୀ ପାଇଁ ସମସ୍ତ କାମ ଆରମ୍ଭ ହୋଇଯାଇଛି ଏବଂ ସେଗୁଡ଼ିକ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ଚାଲିଛି । ଯେକୌଣସି ଉତ୍ସବକୁ ଆମେ ସମସ୍ତେ ଏକତା ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା।ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଉତ୍ସବର ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଯେଉଁଥିରୁ କୌଣସି ସମସ୍ୟା ଦେଖା ଦେବ ନାହିଁ। ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଉତ୍ସବ ପାଳନ କରି ସମ୍ବଲପୁରର ଭାଇଚାରାକୁ ଏକ ଉଦାହରଣ ହିସାବରେ ପରିଣତ ହେବ।
ସଭାରେ ସମ୍ବଲପୁର ଆଇ.ଜି. ଜଣାଇଛନ୍ତି ଯେ, ହନୁମାନ ଜୟନ୍ତୀରେ ଡ୍ରୋନ୍ ଓ ସି.ସି.ଟି.ଭି. ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରାଯିବ। ଉଚ୍ଚମାନଙ୍ର ନିରିକ୍ଷଣ ହେବା ସହ, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ରହିବ।
ସଭାରେ ସମ୍ବଲପୁର ଆରକ୍ଷୀ ଅଧିକାରୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କଲେ। ସେ କହିଲେ ଯେ, ଏହି ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସମାଜରେ ଶାନ୍ତି ଏବଂ ସମ୍ପ୍ରୀତି ରକ୍ଷା କରିବା।
ସେ ଏହି ଉଦ୍ଦେଶ୍ୟକୁ ନିଷ୍ଠାପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କଲେ:
1.ସୋସିଆଲ୍ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର
2. ପରସ୍ପରକୁ ସମ୍ମାନ ଦେବା 3. ପ୍ରଶାସନୀୟ ନିର୍ଦ୍ଦେଶ ଅନୁସରଣ – ସମସ୍ତ ନାଗରିକଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକ ନିଷ୍ଠାପୂର୍ଣ୍ଣ ଭାବରେ ପାଳନ କରିବା ଏବଂ ଯଥାସମ୍ଭବ ସହଯୋଗ କରିବାକୁ ଅନୁରୋଧ କଲେ।
4. ନିରାପତ୍ତା ବ୍ୟବସ୍ଥା – ସେ କହିଲେ ଯେ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ରହିବ, ପ୍ରହରା ଜୋରଦାର କରାଯିବ। ଯଦି କୌଣସି ଅସମାଜିକ କାର୍ଯ୍ୟକଳାପ ଦେଖାଯାଏ, ତେବେ ମୂଖ୍ୟ ଆଇନ ଶୃଙ୍ଖଳା ଅଧିକାରୀମାନଙ୍କୁ ତୁରନ୍ତ ସୂଚନା ଦେବା ଉଚିତ୍। ଏସ୍‌.ପି. ସାର୍ ଏବଂ ସ୍ଥାନୀୟ ଆଇ.ଆଇ.ସି.ଙ୍କ ସହ ଯୋଗାଯୋଗ କରିପାରିବେ।
ସେ ଅନ୍ତିମରେ ଏହି ପରମ୍ପରା ଓ ଉତ୍ସବ ପାଳନରେ ଜିଲ୍ଲା ପ୍ରଶାସନ ଅନୁସାରୀମାନଙ୍କ ସହ ରହିବା ନିମନ୍ତେ ସୃଦୃଢ଼ ପ୍ରତିଶ୍ରୁତି ବ୍ୟକ୍ତ କଲେ।
ସଭାରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତିରେ ନାଗରିକଙ୍କ ସହ ରହିବ ଏବଂ ହନୁମାନ ଜୟନ୍ତୀ ଏବଂ ରାମ ନବମୀର ଉତ୍ସବ କିପରି ସୁରୁଖୁରୁ ଭାବରେ ପାଳନ ହୋଇପାରିବା ସେନେଇ ସେବା ସୁବିଧା ପ୍ରଦାନ କରିବ। ସେ ରାସ୍ତା ମରାମତି, ବତି ଲଗାଇବା ଏବଂ ଅନ୍ୟାନ୍ୟ ଦରକାରୀ ବ୍ୟବସ୍ଥା ଯେଉଁମାନେ ଆବଶ୍ୟକ, ସେମାନଙ୍କ ଉପରେ ଜୋର ଦେଇ କହିଲେ।
ସଭାରେ ଏସ୍‌ଏମ୍‌ସି କମିଶନର କହିଲେ ଯେ, ସମ୍ବଲପୁର ମହାନଗର ନିଗମ ଦ୍ୱାରା ରାସ୍ତା ଆଲୋକ (Street Light) ମରାମତି କାମ ଚାଲିଛି ଏବଂ ଅସ୍ଥାୟୀ ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଛି। ନାଲା ମରାମତି କାମ ମଧ୍ୟ ଚାଲିଥିବା ବେଳେ, ତୀବ୍ର ଗରମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ସିଡିଏମଓଙ୍କୁ ପର୍ଯ୍ୟାପ୍ତ ORS ଉପଲବ୍ଧ କରିବାକୁ ଅନୁରୋଧ କଲେ।
ସେ କମିଟି ସଦସ୍ୟମାନଙ୍କୁ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ଏବଂ ନିୟମିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅବ୍ୟାହତ ଭାବେ ଚାଲିଯିବା କଥା ଉଲ୍ଲେଖ କଲେ। ଅନ୍ତିମ ରେ ସେ ଧନ୍ୟବାଦ ଅର୍ପଣ କରିଲେ ।