Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦିଙ୍କ ଅବସର ପରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ଶେଷ ହୋଇପାରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ । ୭୫ ବର୍ଷ ହୋଇସାରିଥିବା ନେତାମାନଙ୍କୁ ବିଜେପି ସରକାରରେ କୌଣସି ଦାୟିତ୍ବ ଦିଆଯିବନି ବୋଲି ୨୦୧୪ରେ ନିୟମ କରିଥିଲେ ମୋଦି। ଯାହାଫଳରେ ଆଗାମୀ ଦିନରେ ତାଙ୍କର ଅବସର ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଯଦି ମୋଦି ଅବସର ନିଅନ୍ତି ତାହେଲେ ତାଙ୍କ ସ୍ଥାନ କିଏ ନେବେ। କିଏ ବନିବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ। କାହାକୁ ବାଛିବ ଦଳ। ଏଭଳି ପ୍ରଶ୍ନ ମଧ୍ୟରେ ପ୍ରଧାନମନ୍ତ୍ରୀ ରେସ୍ ପାଇଁ ଅନେକ ନେତା ରହିଥିବା ଚର୍ଚ୍ଚା ହେଉଛି। ଏହି ଦୌଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ନାମ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ ୨୬ ମଇ ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଜୁଲାଇ ୨୦୧୩ରେ ସଂଘ ମୁଖ୍ୟାଳୟ ପରିଦର୍ଶନ କରିଥିଲେ।

ଅପରପକ୍ଷରେ ୭୫ ବର୍ଷ ପୁରୁଣ କରିଥିବା ଯୋଗୁଁ ବିଜେପିର ବହୁ ତୁଙ୍ଗ ନେତା ଏଲ.କେ. ଆଡବାଣୀ, ମୁରଲୀ ମନୋହର ଯୋଶୀ ଓ ୟଶୱନ୍ତ ସିହ୍ନାଙ୍କୁ ମୋଦୀ ସରକାରରେ କୌଣସି ପଦବୀ ମିଳି ନଥିଲା । ଏହା ପଛରେ ପୁରୁଣାଙ୍କୁ ହଟାଇ, ନୂଆଙ୍କୁ ସଂଗଠନ ଓ ସରକାରରେ ସାମିଲ କରାଇଥିବା ନେଇ ଆରଏସଏସର ଏଜେଣ୍ଡା ଥିଲା ବୋଲି କୁହାଯାଏ । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଜେପି ଆଶାତୀତ ସଫଳତା ପାଇଛି । ତେଣୁ ଏଭଳି କ୍ଷେତ୍ରରେ ଆରଏସଏସ ତାଙ୍କୁ ୭୫ ବର୍ଷ ବୟସରେ ରାଜନୀତି ଛାଡିବାକୁ କହିବ ନା ନୂଆ ରାଷ୍ଟ୍ରୀୟ ସଭାପତି ବିଷୟରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଭାବେ ଆରଏସଏସ ମୁଖ୍ୟାଳୟକୁ ଯାଇଥିଲେ ଏନେଇ ଚର୍ଚ୍ଚା ଚାଲିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ