ଚୈତ୍ରମାସ ରେ ପାଳିତ ଅନନ୍ୟ ଏକ ପରମ୍ପରା ଦଣ୍ଡ ; ପଣାପାଣି , ଝୁଣାଧୂପ ରେ ମହକି ଉଠୁଛି ଗାଁ ଦାଣ୍ଡ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ତଥା ବୀରମହାରାଜପୁର ଅଞ୍ଚଳର ବିଭିନ୍ନ ଶୈବପୀଠ ମାନଙ୍କରେ ଫାଲଗୁନ ପୂର୍ଣ୍ଣିମା ପର ଠାରୁ ପର୍ଯ୍ୟାୟକ୍ରମେ ଚୈତ୍ର ଦଣ୍ଡ ବାହାରି ଥାନ୍ତି । ଉପଖଣ୍ଡର ବିଭିନ୍ନ ଗ୍ରାମ ମାନଙ୍କ ରେ ଏହି ଦଣ୍ଡଯାତ୍ରା ହେଉଥିବା ଜଣାଯାଇଛି । ଚଳିତ ବର୍ଷ ଏ ଯାବତ ମାଣିକପୁର , ସୁନାରିବିନି , ମୁର୍ଷୁଣ୍ଢୀ , ପିତା ମହୁଲ , ବୁରମାଲ , ମେଣ୍ଡାମାଲ , ତେନ୍ତୁଲିମହଦା , ଦାଦରପାଲି ,
ଗଉଡଗାଡ , ବଡମାଲ , କୁଞ୍ଜlପାଲି କେଶଲଗା ପ୍ରଭୁତି ସ୍ଥାନରୁ ଚୈତ୍ର ଦଣ୍ଡଯାତ୍ରା ଏବେ ଗାଁ ଗାଁ ମାନଙ୍କ ରେ ଝାମୁ ଯାତ୍ରା ଭାବେ ପାଳିତ ହୋଇଥାଏ । ମହାଦେବ ଶିବଙ୍କ ନାନାବିଧି ଯାତ୍ରା ମଧ୍ୟରେ ଦଣ୍ଡ ଯାତ୍ରା ରାଜ୍ୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦଣ୍ଡ ନାଚ ସୁବର୍ଣ୍ଣପୁର ଜିଲ୍ଲା ରେ ପୁରାତନ ଓ ଆଦିମ ପରମ୍ପରା ସହିତ ଜଡିତ ରହିଛି। ଚୈତ୍ର ଶିବ ପାର୍ବତୀଙ୍କ ଦଣ୍ଡ ଯାତ୍ରା ସହ ସର୍ବମଙ୍ଗଳା ଦେବା ଦେବୀ , ଠାକୁରାଣୀ ଙ୍କ ଦିଗ ଭ୍ରମଣ ବା ଗାଁ କୁ ଗାଁ ଭ୍ରମଣ କରି ପୂଜା ପାଇଥାନ୍ତି। ତେଣୁ ଉକ୍ତ ମାସ ଭକ୍ତ , ଦଣ୍ଡୁଆଙ୍କ କାଷ୍ଟ ଓ ନିଷ୍ଠା ତଥା ଭକ୍ତି ଭାବର ମାସ ବୋଲି କୁହାଯାଏ । ବିଶେଷ କରି ଏହି ମାସରେ ମାନସିକ ଧାରୀଙ୍କ ପାଇଁ କଠୋର ନିୟମ ରହିଥାଏ । ପୂଜାର୍ଚ୍ଚନା , ପଣାପାଣି , ଝୁଣାଧୂପରେ ଗାଁ ଦାଣ୍ଡ ମହକି ଉଠେ । ଏହି ଅଞ୍ଚଳରେ ପବିତ୍ର ଚୈତ୍ର ମାସରେ ଗାଁ ଗାଁ ରେ ଦଣ୍ଡ ଯାତ୍ରା ଶୋଭା ପାଇଥାଏ। ଷୋଳସୁଅlଙ୍ଗ , ମଣିଡାକରେ ଗାଁ ଦାଣ୍ଡ ଶୋଭା ପାଇଥାଏ। ବର୍ତ୍ତମାନ ଅଞ୍ଚଳର ବିଭିନ୍ନ ଶୈବପୀଠ ରୁ ଦଣ୍ଡ ଉଠିଥିବା ବେଳେ ଏହା ପଣା ସଂକ୍ରାନ୍ତି ଦିନ ଉଦଯାପିତ ହେବ। ଏହି ଦିନ ମେରୁ ଯାତ୍ରା ଭାବେ ପରିଚିତ ହୋଇଥାଏ । ଦଣ୍ଡଯାତ୍ରା ଗୁଡ଼ିକ ୧୩ ଦିନ , ୧୭ ଦିନ ଓ ୨୧ ଦିନ ପର୍ଯ୍ୟନ୍ତ ଚାଲିଯାଏ। ଦଣ୍ଡଯାତ୍ରା ରେ ସାମାଜିକ, କୃଷି ଓ ଜୀବଜଗତ ସୁରକ୍ଷା ନେଇ ବିଭିନ୍ନ ନୃତ୍ୟ ଗୀତ ମାଧ୍ୟମରେ ଶିକ୍ଷା ମିଳିଥାଏ। ଦିନବେଳା ଶିବଶକ୍ତିଙ୍କର ପୂଜାର୍ଚ୍ଚନା କରିବା ସହ ଧୂଳିଦଣ୍ଡ ଓ ଦ୍ୱିପହର ରେ ପାଣି ଦଣ୍ଡ ଏବଂ ରାତିରେ ଶୋଅଳ ସୁଆଙ୍ଗ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥାଏ l

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.